କରୋନା ପାଇଁ ବିଏମସି ଗଠନ କଲା ସ୍ୱତନ୍ତ୍ର ଟିମ

in #steempress4 years ago (edited)


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଏମସି ତିଆରି କରିଛି ୩ଟି ସ୍ୱତନ୍ତ୍ର ଟିମ । ସହରର ପରିମଳ ସ୍ୱଚ୍ଛତା ଉପରେ ରଖା ଯିବ କଡା ନଜର । କରୋନାକୁ ନେଇ ଚାରି ଆଡେ ଆତଙ୍କ ଖେଳିଯାଇଥିବା ବେଳେ ଏହାର କବଳରୁ ଓଡିଶାକୁ ରକ୍ଷା କରିବା ପାଇଁ ରାଜ୍ୟସରକାର ବିଭିନ୍ନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିଜେ ସ୍ୱଚ୍ଛତା ବଜାଇ ରଖିବା ସହ ନିଜ ଚାରିପଟ ପରିମଳ ବ୍ୟବସ୍ଥାକୁ ନିର୍ମଳ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ପ୍ରଦାନ କରାଯାଇଛି । ତେବେ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶନାମାକୁ ପାଳନ କରିବାକୁ ଯାଇ ବିଏମସି ପକ୍ଷରୁ ଏହି ଟିମ ଗଠନ କରାଯାଇଛି ।

ଏହି ଟିମରେ ଦୁଇଜଣ ଆଡିସିନାଲ କମିଶନର, ୨ଜଣ ଏନଫୋର୍ସମେଣ୍ଟ ଅଧିକାରୀ ମଧ୍ୟ ରହିଛନ୍ତି । ଏହି ଟିମ ସକାଳୁ ଦୁଇ ଘଣ୍ଟା ଲେଖାଏଁ ସହର ବୁଲିବା ସହ ପରିମଳ ବ୍ୟବସ୍ଥା ଉପରେ ନଜର ରଖିବେ । ଏହା ବ୍ୟତିତ ମାସ୍କ ଏବଂ ସାନିଟାଇଜର କଲବଜାରୀଙ୍କୁ ମଧ୍ୟ ତଦାରଖ କରିବ ଏହି ଟିମ । ଏଥିପାଇଁ ବିଏମସିର ଦୁଇ ଜଣ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯିବ । ଖାଲି ସେତି କି ନୁହେଁ ବିଏସସି ଓ ବିଡିଏ ଅଫିସରେ ପାନ ଛେପ ପକାଇଲେ ୫୦୦ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ବିଏମସି କମିଶନର କହିଛନ୍ତି । ଏହା ସହ ବିଏମସି ପକ୍ଷରୁ ବିବାହ, ବ୍ରତ କିମ୍ବା ରିସେପ୍ସନ୍ ପାର୍ଟିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇ ନାହିଁ । କିନ୍ତୁ ଲୋକେ ସଚେତନ ହୋଇ ପର୍ଟିକୁ ଯାଆନ୍ତୁ । ଥଣ୍ଡା, ଜ୍ୱର କିମ୍ବା କାଶ ହେଉଥିଲେ ପାର୍ଟିକୁ ଯାଆନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି ।

Coin Marketplace

STEEM 0.19
TRX 0.17
JST 0.033
BTC 64475.77
ETH 2770.60
USDT 1.00
SBD 2.66