ଧମେନ୍ଦ୍ରଙ୍କ ମୁହଁରୁ ଇକୋ ରିଟ୍ରିଟ୍ ର ପ୍ରଶଂସା

in #steempress6 years ago (edited)


ପୁରୀ (ଏଟିଆର ବ୍ୟୁରୋ): ଓଡିଶା ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀ – କୋଣାର୍କ ମେରାଇନ ଡ୍ରାଇଭ ଠାରେ ଇକୋ ରିଟ୍ରିଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗ ଦେବା ସହ ଗୋଟିଏ ରାତି ଅତିବାହିତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଇକୋ ରିଟ୍ରିଟ୍ ପାଇଁ ଓଡିଶା ପର୍ଯ୍ୟଟନ ବିଭାଗକୁ ପ୍ରଶଂସା କରିଛନ୍ତି । ସାରା ବିଶ୍ୱରେ ଇକୋ ରିଟ୍ରିଟ୍ ଓଡିଶା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଓଡିଶାର ଅର୍ଥନୀତି, ରୋଜଗାର ବୃଦ୍ଧି କରାଇବା ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ।

ସେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପଦକ୍ଷେପ ସଫଳତା ଲାଭ କରିବ ବୋଲି ଧମେନ୍ଦ୍ର ଆଶା ବ୍ୟକ୍ତ କରିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ପ୍ରଂଶସନୀୟ । ଏହି ପଦକ୍ଷେପ ଦୋ ତଥା ଦେଶ ବାହାରେ ରହୁଥିବା ପର୍ଯ୍ୟଟନ କ୍ଷେତ୍ର ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି ।

Coin Marketplace

STEEM 0.04
TRX 0.32
JST 0.075
BTC 64404.10
ETH 1675.44
USDT 1.00
SBD 0.42