ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫାଶୀବାଦୀ ବୋଲି କହିଲେ ଜାଭେଦ ଆଖତର

in #steempress6 years ago


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସର୍ବଦା ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଜାଭେଦ ଆଖତର । ନିକଟରେ ସିଏଏ କୁ ନେଇ ବି ସେ ବିବାଦୀୟ ବୟାନ ଦେଇଥିଲେ, ଏବେ ପୁଣି ଥରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ହମଲା କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଜଣେ ଫାଶୀବାଦି ।

ପ୍ରକୃତରେ ଏକ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମକୁ ସାକ୍ଷାତ କରିଥିଲେ ଜାଭେଦ ଆଖତର । ଏଥିରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ କି କଣ ଭାରତର ପ୍ରଧାନମନ୍ତ୍ରୀ ଫାଶୀବାଦି? ଏହାର ଜବାବ ରେ ସେ କହିଥିଲେ କି ହଁ ସେ ଫାଶୀବାଦି ।

ସେ କହିଥିଲେ , ଫାଶୀବାଦି ଲୋକଙ୍କ ମୁଣ୍ଡରେ ଶିଙ୍ଘ ନଥାଏ । ଫାଶୀବାଦ ଏକ ବିଚାର । ଏହା ଏକ ଏଭଳି ବିଚାର ଯେଉଁଥିରେ ଲୋକେ ନିଜକୁ କୌଣସି ସମୁଦାୟ ଠାରୁ ଶ୍ରେଷ୍ଠ ମନେ କରିଥାନ୍ତି ଏବଂ ତାଙ୍କର ସମସ୍ତ ସମସ୍ୟାର ମୂଳ ସେମାନେ ଅନ୍ୟ ସମୁଦାୟକୁ ମାନିଥାନ୍ତି । ଯେତେବେଳେ ଆପଣ ଏକ ଖାସ୍ ସମୁଦାୟର ଲୋକଙ୍କୁ ଘୃଣା କରିବାକୁ ଲାଗିବେ ସେତେବେଳେ ଆପଣ ଫାଶୀବାଦ ହୋଇଯାଇଥାନ୍ତି ।

Coin Marketplace

STEEM 0.05
TRX 0.32
JST 0.082
BTC 65868.72
ETH 1792.94
USDT 1.00
SBD 0.42