ମାର୍ଚ୍ଚ ୧୪ ରେ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ଫାଇନାଲ

in #steempress4 years ago


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧୪ ରେ ଖେଳା ହେବ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ (ଆଇଏସଏଲ) ର ଫାଇନାଲ । ଫୁଟବଲ ସ୍ପୋଟର୍ସ ଡେଭଲପମେଣ୍ଟ ଲିମିଟେଡ୍ ଅନଚସାରେ , ମଡଗାଁର ଫାର୍ତେଦା ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ମାର୍ଚ୍ଚ ୧୪ ସନ୍ଧ୍ୟା ୭.୩୦ ରେ ମ୍ୟାଚର ଫାଇନାଲ ମୁକାବିଲା ହେବ ।

ଗୋଆରେ ଫୁଟବଲ ଗେମ୍ ପାଇଁ ଜବରଦସ୍ତ ଲୋକପ୍ରିୟତା ରହିଛି । ସେହିପାଇଁ ଏହି ମ୍ୟାଚ୍ ର ଫାଇନାଲ ମୁକାବିଲା ରଖାଯାଇଛି । ଜବାହରଲାଲ ନେହେରୁ ଷ୍ଟାଡିୟମ ଏଫସି ଗୋଆର ଘରୋଇ ମଇଦାନ ।

ଏହାପୂର୍ବରୁ ଗୋଆରେ ୨୦୧୫ ମସିହାରେ ଆଇଏସଏଲ ର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ରେ ଏଫସି ଗୋଆକୁ ୩-୨ ରେ ହରାଇ ଟାଇଟେଲ ହାତେଇଥିଲା ଚେନ୍ନଇୟନ ।

Coin Marketplace

STEEM 0.17
TRX 0.12
JST 0.027
BTC 61023.73
ETH 2948.98
USDT 1.00
SBD 2.51