ଉତ୍କଳ ଦିବସ ପାଳନ ଉପରେ ରୋକ ଲଗାଇଲେ ରାଜ୍ୟ ସରକାର

in #steempress5 years ago (edited)


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ନିଜ କବଳରେ ରଖିଥିବା କରୋନା ଭାଇରସ ଏବେ ସଭିଁଙ୍କୁ ଗ୍ରାସ କରିବାରେ ଲାଗିଲାଣି । ଚୀନରୁ ଆରମ୍ଭ ହୋଇଥିବା ଏହି ମହାମାରୀ ବିଭିନ୍ନ ଦେଶକୁ ବ୍ୟାପିବା ସହ ସେଠାରେ ବସବାସ କରୁଥିବା ଲୋକମାନଙ୍କୁ ମୃତ୍ୟୁରେ ପକାଇବାରେ ଲାଗିଛି । ଏହି ମହାମାରୀର କବଳରେ ଭାରତରେ ୮୧ଜଣ ସନ୍ଦିଗ୍ଧ କରୋନା ରୋଗୀ ଚିହ୍ନଟ ହେବା ସହ ୨ଜଣଙ୍କର ମୃ୍ତ୍ୟୁ ଘଟିଲାଣି । ଏହି ସମୟରେ ଉଭୟ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟର ରାଜ୍ୟ ସରକାରମାନେ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପମାନ ଗ୍ରହଣ କରିବାରେ ଲାଗିପଡିଲେଣି । ଓଡିଶାରେ ମଧ୍ୟ ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ବିଭିନ୍ନ ରେଗୁଲେସନ ଜାରି କରିଛନ୍ତି । ସେହି ରେଗୁଲେସନ ଅନୁସାରେ ବିଭିନ୍ନ ନିର୍ଦ୍ଦେଶମାନା ପ୍ରଦାନ କରାଯାଇଛି ।

ତେବେ ଆଗକୁ ଉତ୍କଳ ଦିବସ ଆସୁଥିବାରୁ ଏହା ଉପରେ କିଛିଟା ରୋକ ଲଗାଇଛନ୍ତି ରାଜ୍ୟ ସରକାର । ସରକାରୀସ୍ତର ପାଳନ ହେଉଥିବା ଉତ୍କଳ ଦିବସ ସମେତ ସମସ୍ତ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଏହାସହିତ ରାଜ୍ୟ ସରକାରଙ୍କ ଅଧୀନରେ ଭୁବନେଶ୍ୱରରେ ଥିବା ବିଭିନ୍ନ ମଣ୍ଡପର ବୁକିଂ ରଦ୍ଦ କରିବା ସହ ରାଜ୍ୟ ଲାଇବ୍ରେରୀ ଓ ଜିଲ୍ଲା ଲାଇବ୍ରେରୀକୁ ମଧ୍ୟ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ, କରୋନା ଭାଇରସ୍ ବ୍ୟାପିବା ଆଶଙ୍କାରେ ବିଭାଗ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି।ଉତ୍କଳ ଦିବସ ଅବସରରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ସମେତ କୌଣସି କଲଚରାଲ ଟ୍ରୁପ୍ ରାଜ୍ୟ ବାହାର ଯିବା ଓ ରାଜ୍ୟ ବାହାରୁ ଓଡ଼ିଶାକୁ ଆସିବା ଉପରେ କଟକଣା ଜାରି ହୋଇଛି। ସଭା, ସମିତି, ୱାର୍କସପ, ସମ୍ମିଳନୀ ଓ ଲୋକଙ୍କ ସମବେତ ସମେତ ସମସ୍ତ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଏହାସହିତ ଦଶମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଉତ୍ସବ, ଗାନ୍ଧି ଉତ୍ସବ ଓ ବିଭାଗ ପକ୍ଷରୁ ଏବେ ଜାରି ରହିଥିବା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Coin Marketplace

STEEM 0.19
TRX 0.15
JST 0.029
BTC 63271.81
ETH 2568.70
USDT 1.00
SBD 2.80