ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଦଶମ ଓଡିଆ ଫିଲ୍ମଫେୟାର ଆୱାର୍ଡସ

in #steempress4 years ago (edited)


ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ମହାମାରୀର ଧୀରେ ଧୀରେ କାୟା ବଢିବାରେ ଲାଗିଛି । ତେବେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୨ଲୋକ ଏହି କରୋନା ମହାମାରୀରେ ଆକ୍ରାନ୍ତ ଥିବା ବେଳେ ୨ଜଣଙ୍କର ମୃତ୍ୟୁ ଘଟିସାରିଛି । ତେବେ ଏହି ସଂଖ୍ୟା ଯେପରି ନବଢିବ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଡଭାଇଜରୀ ଜାରି କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପରିସ୍ଥିତି ଅନୁଧ୍ୟାନ କରିବା ପରେ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ ।

ଏହାସହ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ପରାମର୍ଶକୁ ସମ୍ମାନ ଜଣାଇ ଆସନ୍ତା ୧୫ ମାର୍ଚ୍ଚରେ ଜନତା ମଇଦାନରେ ହେବାକୁ ଥିବା ଓଫା ପରିବାରର ‘ ଦଶମ ଓଡିଆ ଫିଲ୍ମଫେୟାର ଆୱାର୍ଡସ- ୨୦୧୯’ଙ୍କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି । ଏନେଇ ଓଫା ପରିବାର ପକ୍ଷରୁ ଘୋଷଣା କରାଯାଇଛି ।ତେବେ ପରବର୍ତ୍ତୀ ସମୟରେ ସମସ୍ତ ସ୍ଥିତିକୁ ଦେଖି ଏହା ଉପରେ ନିଷ୍ପତ୍ତି ନିଆଯିବ । ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ଯୋଗ ଦେବାର ଥିଲା ।

Coin Marketplace

STEEM 0.19
TRX 0.17
JST 0.033
BTC 64475.77
ETH 2770.60
USDT 1.00
SBD 2.66