ପୁନରୁଦ୍ଧାର ହେବ ଦେଶର ୫ଟି ସାର କାରଖାନା

in #steempress4 years ago (edited)


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁନରୁଦ୍ଧାର ହେବ ଦେଶରେ ବନ୍ଦ ହୋଇ ପଡି ରହିଥିବା ସାର କାରଖାନା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି. ଈି. ସଦାନନ୍ଦ ଗୌଡା । ଗତକାଲି ରାଜ୍ୟସଭାରେ ସାର କାରଖାନା ସମ୍ବନ୍ଧରେ ପ୍ରଶ୍ନ ଉଠିବାରୁ ମନ୍ତ୍ରୀ ନିଜ ଉତ୍ତରରେ ଦେଶରେ ବନ୍ଦ ହୋଇ ପଡି ରହିଥିବା ୫ଟି ସାର କାରଖାନାକୁ ସରକାର ପୁନରୁଦ୍ଧାର କରିବା ଲାଗି ନିଷ୍ପତ୍ତି ନେଇଥିବା କହିଛନ୍ତି । ସେ କହିଛନ୍ତି, ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ଅଧୀନରେ ଥିବା ତାଳଚେର, ରାମଗୁଣ୍ଡମ, ଗୋରଖପୁର ଏବଂ ସିନ୍ଦ୍ରୀ ସହିତ ହିନ୍ଦୁସ୍ତାନ ଫର୍ଟିଲାଇଜର କର୍ପୋରେସନ ଲିମିଟେଡ ଅଧୀନରେ ବରୌନୀ ସାର କାରଖାନାର ପୁନରୁଦ୍ଧାର କରାଯିବ ।

ମନୋନୀତ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକୁ ନେଇ ଯୌଥ ଉଦ୍ୟୋଗ ଗଠନ କରାଯାଇ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ୟୁରିଆ ଆମୋନିଆ କାରଖାନା ପ୍ରତିଷ୍ଠା କରାଯିବ । ତେବେ ଏଗୁଡିକ ସେପ୍ଟେମ୍ବର ୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ଏହି କାରଖାନାଗୁଡିକୁ ପୁନରୁଦ୍ଧାର କରାଯିବା ଦ୍ୱାରା ୟୁରିଆର ସ୍ୱଦେଶୀ ଉତ୍ପାଦନ ବାର୍ଷିକ ୬୩.୫ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇବା ସହିତ ୟୁରିଆ ଆମଦାନୀ ହ୍ରାସ ପାଇବ ।

Coin Marketplace

STEEM 0.36
TRX 0.12
JST 0.040
BTC 70839.13
ETH 3563.41
USDT 1.00
SBD 4.77