ଦେବଦୂତ ସାଜିଲେ ଡାକ୍ତର

in #steempress4 years ago (edited)


କଲ୍ୟାଣସିଂହପୁର(ଏଟିଆର ବ୍ୟୁରୋ): ପୁଣି ଚର୍ଚ୍ଛାରେ ଡାକ୍ତର । ନିଜର କର୍ତ୍ତବ୍ୟ ନିଷ୍ଠା ଦେଖାଇଛନ୍ତି ଡାକ୍ତର । ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହିଲେ ଡାକ୍ତର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜାଲିଗଡ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପିଟା ଗାଁରେ । ସୂଚନା ଅନୁସାରେ ସଂଗୀତା ମାଝି ନାମକ ଜଣେ ମହିଳା ଗତକାଲି ବିଳମ୍ବିତ ରାତିରେ ପ୍ରସବ ଜନିତ ବେଦନା ଅନୁଭବ କରିଥିଲେ । ଧିରେ ଧିରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା ।

ମହିଳାଙ୍କ ସ୍ୱାମି ପୁଙ୍ଗାରା ମାଝୀ ତାଙ୍କୁ ମେଡିକାଲ ନେବା ପାଇଁ ଆଖ ପାଖ ପଡିଶା ମାନଙ୍କୁ ଡାକ ପକାଇଥିଲେ । ହେଲେ ଶୀତୁଆ ରାତିରେ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ କେହି ଆସିନଥିଲେ । ତେବେ ଏହା ପରେ ପୁଙ୍ଗାରା ଏକା ଚାଲି ଚାଲି ଗାଁରୁ ୫କି.ମି ଦୂରରେ ଥିବା ଡିପି ବଙ୍କାକୁଣ୍ଡୁ ସ୍ଥିତ ମା ସନ୍ତୋଷୀ ଜନକଲ୍ୟାଣ ଫାଉଣ୍ଡେସନର ଡାକ୍ତରଖାନାରେ ପହଞ୍ଚିଥିଲେ । ସେହି ସମୟରେ ଡାକ୍ତରଖାନାରେ କେବଳ ପରିଚାଳକ ଚିତ୍ତରଂଜନ ନନ୍ଦ ଉପସ୍ଥିତ ଥିଲେ ।

ପୁଙ୍ଗାରାଙ୍କ ଠାରୁ ସମସ୍ତ କଥା ଜାଣିବା ପରେ ଚିତ୍ତରଂଜନ ଅନ୍ୟ ଡାକ୍ତର ମାନଙ୍କ ସହ ଯୋଗାଯୋଗ କରିଥିଲେ । ଏହା ସହ ଏମଏଚୟୁ ରୁ ଗାଡି ଧରି ଚିତ୍ତରଂଜନ ଗାଁକୁ ବାହାରିଥିଲେ । ତାଙ୍କ ସାଙ୍ଗରେ ଡାକ୍ତର ସମରେନ୍ଦ୍ର ପାତ୍ର, ମହିଳା ସ୍ୱାସ୍ଥ୍ୟ କର୍ମୀ କବିତ ଧାଙ୍ଗଡାମାଝି,ଆଶା କର୍ମୀ ସାନ୍ତରା ହରିଜନ, ଫାର୍ମାସିଷ୍ଟ ଅରୁଣ ସେଠୀ ଯାଇଥିଲେ ।ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ସେମାନେ ଗାଁ ଠାରୁ ୨ କିଲୋମିଟର ଦୂରରେ ଅଟକିଯାଇଥିଲେ । ଏହା ପରେ ଏକ ଷ୍ଟ୍ରେଚର ନେଇ ଗର୍ଭବତୀ ମହିଳାଙ୍କ ପଖରେ ପହଞ୍ଚିଥିଲେ ।

ସେଠାରୁ ସେମାନେ ମିଶି ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଗାଡି ନିକଟକୁ ଆଣିଥିଲେ । ତେବେ ଗାଡିରେ ଗର୍ଭବତୀ ମହିଳାଙ୍କୁ ଡିପି ବଙ୍କାକୁଣ୍ଡୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ମହିଳାଙ୍କ ସ୍ଥିତି ବିଗିଡିବାରୁ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାର ଜଣାପଡିଛି ।

Coin Marketplace

STEEM 0.30
TRX 0.12
JST 0.034
BTC 64455.55
ETH 3147.84
USDT 1.00
SBD 3.94