ଆଜିଠୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କୋଲକାତାକୁ ବିମାନ ସେବା ଆରମ୍ଭ

in #steempress6 years ago


ଝାରସୁଗୁଡା(ଏଟିଆର ବ୍ୟୁରୋ): ଆଜିଠୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କୋଲକାତାକୁ ବିମାନ ସେବା ଆରମ୍ଭ ହେଉଛି । ଏହି ବିମାନ ସେବା ଏଲାଏନ୍ସ ଏୟାର ବିମାନ ଆରମ୍ଭ କରୁଛି । ଆଜି ଏଲାଏନ୍ସ ଏୟାର ବିମାନ କୋଲକାତା ବିମାନ ବନ୍ଦରରୁ ୧୧ଟା ୪୫ ମିନିଟିରୁ ବାହାରି ୧ଟା ୧୫ ମିନିଟରେ ଝାରସୁଗୁଡାରେ ପହଞ୍ଚିବ ।

ତେବେ ପୁଣି ଏହି ବିମାନ ଝାରସୁଗୁଡାରୁ ଅପରାହ୍ନ ୧ଟା ୪୫ ମିନିଟରୁ ବାହାରି କୋଲକାତାରେ ୩ଟା ୧୫ ମିନିଟରେ ପହଞ୍ଚିବ । ସୂଚନାଯୋଗ୍ୟ ଥାଉକି ଗତ ସେପ୍ଟେମ୍ବର ୧୧ରେ ଲୋକସେବା ଭବନରେ ବିମାନ ଚଳାଚଳ ନେଇ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ବସିଥିଲା । ଏହି ବୈଠକ ଝାରସୁଗୁଡା ବିମାନ ବନ୍ଦରରୁ ୨ଟି ନୂଆ ସହରକୁ ବିମାନ ଚଳାଚଳ କରିବା ଲାଗି ନିଷ୍ପତି ନିଆଯାଇଥିଲା ।

Coin Marketplace

STEEM 0.04
TRX 0.32
JST 0.082
BTC 60051.75
USDT 1.00
ETH 1521.77
SBD 0.47