୨୩୦କିଲୋମିଟର ଦୌଡି ମହାପ୍ରଭୁଙ୍କର କଲେ ଦର୍ଶନ ଯୁବକ

ପୁରୀ (ଏଟିଆର ବ୍ୟୁରୋ): ସେନାରେ ଯୋଗ ଦେବା ପାଇଁ ୨୩୦ କିଲୋମିଟର ଦୌଡି ପୁରୀରେ ପହଞ୍ଚିଲେ ଜଣେ ଯୁବକ । ଗୁରୁବାର ସେ ୨୩୦କିଲୋମିଟର ଦୌଡି ପୁରୀରେ ଆସି ପହଞ୍ଚିଥିଲେ । ପୁରୀରେ ପହଞ୍ଚି ସେଠାରେ ମହାପ୍ରଭୁଙ୍କର ଦର୍ଶନ କରି ଆର୍ଶବାଦ ଭିକ୍ଷା କରିଥିଲେ । ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ସୌରଭ ସେଠୀ ନାମକ ଯୁକ୍ତ ଦୁଇ ପାସ ପରେ ସେନାରେ ଯୋଗ ଦେବା ପାଇଁ ଯାଇଥିଲେ । ହେଲେ ସେଠାରେ ସେ ବାରମ୍ବାର ବିଫଳତାର ସମ୍ମୁଖୀନ ହୋଇଥିଲେ । ଏହାପରେ ସେ ଭଗବାନଙ୍କର ଶରଣାପନ୍ନ ହେବାପାଇଁ ଦୌଡା ଆରମ୍ଭ କରିଥିଲେ ।
ପ୍ରଥମେ ସେ ୭୦କିଲୋମିଟର ଦୌଡି ଘଟଗାଁ ସ୍ଥିତ ମା ତାରିଣୀଙ୍କର ଦର୍ଶନ କରିଥିଲେ । ଏହାପରେ ସେ ୨୩୦କିଲୋମିଟର ଅତିକ୍ରମ କରି ଶ୍ରୀକ୍ଷେତ୍ରରେ ପହଞ୍ଚିବା ସହ ସେଠାରେ ମହାପ୍ରଭୁଙ୍କର ଦର୍ଶନ କରିଥିଲେ । ତେବେ ସୌଭର ପୁରୀରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା କ୍ରୀଡା ଅଧିକାରୀ, ବରିଷ୍ଠ ସେବାୟତ ଓ କ୍ରୀଡା ପ୍ରେମୀମାନେ ପୁଷ୍ପଗୁଚ୍ଚ ଦେଇ ସ୍ୱାଗତ କରିଥିଲେ । ସୌରଭଙ୍କୁ ସମସ୍ତ ବିଷୟରେ ପଚାରିବାରୁ ସେ ନିଜ ପ୍ରତିକ୍ରିୟାରେ କହିଥିଲେ ମହାପ୍ରଭୁ ତାଙ୍କ ଦୁଃଖ ବୁଝିବେ ଓ ସେ ନିଶ୍ଚିତ ଭାବେ ସେନାରେ ସାମିଲ ହେବେ । ସେ ଆହୁରୀ ମଧ୍ୟ କରିଛନ୍ତି, ଚାକିରି ପାଇବା ଉଦ୍ଦେଶ୍ୟରେ ସେ ମହାପ୍ରଭୁଙ୍କର ଦର୍ଶନ କରିବାକୁ ଆସିଥିଲେ ।
Congratulations @amanprem! You have completed the following achievement on the Steem blockchain and have been rewarded with new badge(s) :
You can view your badges on your Steem Board and compare to others on the Steem Ranking
If you no longer want to receive notifications, reply to this comment with the word
STOPVote for @Steemitboard as a witness to get one more award and increased upvotes!