ଆଜିଠାରୁ ଭୁବନେଶ୍ୱରରୁ ବାରଣାସୀ ବିମାନ ସେବା ଆରମ୍ଭ

in #steempress6 years ago (edited)


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ଭୁବନେଶ୍ୱରୁ ବାରଣାସୀ ଯିବା ହେଲା ସହଜ । କିଛି ସମୟର ମଧ୍ୟରେ ଯାଇ ନିଜ ଗନ୍ତବ୍ୟ ସ୍ଥଳିରେ ପହଞ୍ଚିବା ହେଲା ସହଜ । ଭୁବନେଶ୍ୱରରୁ ବାରଣାସୀକୁ ସିଧାସଳଖ ବିମାନ ଚଳାଚଳ ଆଜିଠାରୁ ଆରମ୍ଭ କରିବାକୁ ଯାଉଛି । ଦୀର୍ଘଦିନର ଦାବି ଶେଷରେ ପୂରଣ ହେବାକୁ ଯାଉଛି । ଉଭୟ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ଯାତ୍ରୀଙ୍କ ପାଇଁ ଏହି ବିମାନ ସେବା ଅତ୍ୟନ୍ତ ଲାଭପ୍ରଦ ହେବ ।

ତେବେ ଆଜି ରାତି ୯ଟା ୨୫ରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଇଣ୍ଡିଗୋ ଏଟିଆର-୭୨ ପହଞ୍ଚି ୯ଟା ୪୫ରୁ ଉଡାଣ ଆରମ୍ଭ କରିବ । ଯାହା ବାରଣାସୀରେ ଯାଇ ରାତି ୧୧ଟା ୪୦ରେ ପହଞ୍ଚିବ । ଏହି ବିମାନରେ ୭୨ଜଣ ଯାତ୍ରୀଙ୍କ ପାଇଁ ଯାତ୍ରା କରିବାର ସୁବିଧା ରହିଛି । ଭୁବନେଶ୍ୱରରୁ ବାରଣାସୀ ବିମାନ ଚଳାଚଳ ହେବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

Coin Marketplace

STEEM 0.04
TRX 0.32
JST 0.082
BTC 61300.19
ETH 1626.94
USDT 1.00
SBD 0.42