ଆଜି ଢେଙ୍କାନାଳ ବନ୍ଦ

in #steempress6 years ago


ଢେଙ୍କାନାଳ (ଏଟିଆର ବ୍ୟୁରୋ): ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଉଛି । ବାଜି ଚୌକସ୍ଥିତ ପୁରୁଣା ହସ୍ପିଟାଲକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଏହି ବନ୍ଦ ଡାକରାକୁ ବିଭିନ୍ନ ସାମ୍ବାଦିକ ସଂଘ, ବଣିକ ସଂଘ, ବୁଦ୍ଧିଜୀବି ସମେତ ରାଜନୈତିକ ଦଳ ସମର୍ଥନ ଜଣାଇବା ସହିତ ଏଥିରେ ସାମିଲ ଅଛନ୍ତି ।

ଅନ୍ୟପଟେ ଢେଙ୍କାନାଳ ବନ୍ଦରେ ସମସ୍ତ ଯାନ ବାହନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ବି ବନ୍ଦ ରହିଛି । ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Coin Marketplace

STEEM 0.04
TRX 0.32
JST 0.082
BTC 60666.80
ETH 1563.25
USDT 1.00
SBD 0.47