ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ

in #steempress4 years ago (edited)


ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ଚିନ୍ତା ଘାରିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାର ମଧ୍ୟ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘେଷଣା କରିଛନ୍ତି । ଏନେଇ ରାଜ୍ୟ ସରକାର ଫିଲ୍ମ ହଲ, ଜିମ୍, ସୁଇମିଙ୍ଗ ପୁଲ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯନ୍ତ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ତେବେ ଆସନ୍ତା କାଲି ଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟନ ଓ ବୋଟାନିକାଲ ଗାର୍ଡେନ କୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ଜୟନ୍ତ ଦାସ । କରୋନା ଭାଇରସ ବ୍ୟାପି ବାକୁ ରୋକିବା ପାଇଁ ଏଭଳି ପଦକ୍ଷପ ଗ୍ରହଣ କରାଯାଇଛି ।

କରୋନାକୁ ନେଇ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯେଉଁ ଥିରେ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଜନ ଗହଳିକୁ ରୋକାଯିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ଅନେପଟେ ଜେଲ ପରିବେଶ ପରିସ୍କାର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଭିଡିଓ କନଫରେନସିଂ ମାଧ୍ୟମରେ କଏଦୀମାନଙ୍କୁ ହାଜର ହେବେ ବୋଲି ନିର୍ଦ୍ଦେଶ ଦିଆ ଯାଇଛି । ସୂଚନା ଯୋଗ୍ୟ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ଲାନେଟୋରିୟମ ବନ୍ଦ ରଖାଯିବ ।

Coin Marketplace

STEEM 0.19
TRX 0.13
JST 0.030
BTC 60104.15
ETH 3299.21
USDT 1.00
SBD 2.37