ଆଜି ବିଶ୍ୱ ଏଡସ ଦିବସ

in #steempress7 years ago


ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ହେଉଛି ବିଶ୍ୱ ଏଡସ ଦିବସ । ଏଚଆଇଭି/ ଏଡସ ଭୂତାଣୁ ବିଷୟରେ ଲୋକ ମାନଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଆମ ରାଜ୍ୟରେ ଏଡସ ରୋଗିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଓଡିଶାରେ ଏଚଆଇଭି ଆକ୍ରାନ୍ତ ରୋଗିଙ୍କ ସଂଖ୍ୟା ପ୍ରାୟ ୫୦ ହଜାରରୁ ଅଧିକ ହେଲାଣି । ସବୁଠାରୁ ଚିନ୍ତାର ବିଷୟ ଏହିଯେ, ଗତ ୫ ବର୍ଷ ମଧ୍ୟରେ ଓଡିଶାରେ ୧୬ ହଜାରରୁ ଅଧିକ ଏଚଆଇଭି ଆକ୍ରାନ୍ତ ରୋଗିଙ୍କୁ ଚିହ୍ନଟ କରାଯାଇଛି ।

ରାଜ୍ୟରେ ବିଶେଷକରି ଗଞ୍ଜାମ ଜିଲ୍ଲାରେ ଏଡସ ରୋଗିଙ୍କ ସଂଖ୍ୟା ସବୁଠାରୁ ଅଧିକ । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୧୫ ହଜାରରୁ ଅଧିକ ଏଚଆଇଭି ଆକ୍ରାନ୍ତ ରୋଗିଙ୍କୁ ଚିହ୍ନଟ କରାଯାଇଛି ।ଅନ୍ୟପଟେ କଟକ ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି। ଏଠାରେ ୬୭୩୯ ଆକ୍ରାନ୍ତ ରହିଛନ୍ତି। ସମ୍ବଲପୁରରେ ୩୦୩୪, ଖୋର୍ଧାରେ ୨୮୩୬, କୋରାପୁଟରେ ୨୫୧୨, ଅନୁଗୁଳରେ ୧୭୯୭, ବାଲେଶ୍ବରରେ ୧୫୮୫, ବଲାଙ୍ଗୀରରେ ୧୫୦୪, ମୟୂରଭଞ୍ଜରେ ୧୦୮୨, ନୟାଗଡ଼ରେ ୧୦୪୦ ଆକ୍ରାନ୍ତ ଅଛନ୍ତି। ବୌଦ୍ଧ ଜିଲ୍ଲାରେ ସବୁଠାରୁ କମ୍ ୬୮ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ପ୍ରତି ବର୍ଷ ଏହାର ପରିମାର ବଢିବାରେ ଲାଗିଛି । ତେବେ ଚଳିତ ବର୍ଷ ବିଶ୍ୱ ଏଡସ ଦିବସର ବିଷୟ ବସ୍ତୁ ରହିଛି ଗୋଷ୍ଠି ପରିବର୍ତ୍ତନ ଆଣିପାରେ । ତେବେ ୨୦୧୮ ସୁଦ୍ଧା ବିଶ୍ୱରେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୭୯ ଲକ୍ଷ ଥିବା ବେଳେ ଚଳିତ ବର୍ଷ ୧ଲକ୍ଷ ୭୦ ହଜାର ନୂତନ ଏଡସ ରୋଗିଙ୍କୁ ଚିହ୍ନଟ କରାଯାଇଛି ।

Coin Marketplace

STEEM 0.04
TRX 0.32
JST 0.076
BTC 64420.09
ETH 1675.09
USDT 1.00
SBD 0.41