ଆଜି ମହାଶିବରାତ୍ରି;ଚଳଚଞ୍ଚଳ ଶୈବପୀଠ,ଫୁଲରେ ଝଲସୁଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର

in #steempress4 years ago


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ମହାଶିବରାତ୍ରି । ଏନେଇ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇପଡିଛି । ସେହିପରି ସକାଳୁ ସକାଳୁ ପୁରୀ ଲୋକନାଥ, ଲିଙ୍ଗରାଜ, ଧବେଲେଶ୍ୱର, ଗୁପେଶ୍ୱର, ପଞ୍ଚେଲିଙ୍ଗେଶ୍ୱର, କପିଳାସ ଆଦି ପ୍ରମୁଖ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି । ମହାଦେବଙ୍କର ଏହି ବଡ ପର୍ବରେ ଭକ୍ତମାନେ ଉଜାଗର ରହି ଶିବଙ୍କ ଠାରେ ଦୀପ ଜାଳିବେ । ସେହିପରି ପ୍ରଭୁ ଲିଙ୍ଗରାଜଙ୍କ ଠାରେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି ।

ଅପରପକ୍ଷେ ଭକ୍ତଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଆଲୋକ ମାଳ ସାଙ୍ଗକୁ ୨୦ ପ୍ରକାରର ରଙ୍ଗ ବେରଙ୍ଗର ଫୁଲରେ ସଜେଇ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ମନ୍ଦିରରେ ଫୁଲ ସଜେଇବା ଲାଗି ୧୫ ଲକ୍ଷରୁ ଅଧିକ ଟଙ୍କାର ଫୁଲ ବ୍ୟବହାର ହୋଇଛି । ଏହାସହିତ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାମାନ ମଧ୍ୟ କରାଯାଇଛି । ଯେପରିକି ବ୍ୟାରିକେଡ୍, ଛାୟୀ ପାଇଁ ଅସ୍ଥାୟୀ ସେଡ୍ ନିର୍ମାଣ କରାଯାଇଛି । ଏହାସହିତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

Coin Marketplace

STEEM 0.29
TRX 0.12
JST 0.032
BTC 60166.58
ETH 2964.21
USDT 1.00
SBD 3.79