ଜାଣନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ କରୋନା ଟେଷ୍ଟ ରିପୋର୍ଟ

in #steempress4 years ago


ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ସାରା ବିଶ୍ୱରେ ଆତଙ୍କର ନୂଆ ନାମ ପାଲଟିଛି କରୋନା । ସାରା ବିଶ୍ୱ ଏବେ କରୋନାକୁ ନେଇ ଆତଙ୍କିତ । ଅନ୍ୟପଟେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରୁଥିବା ଦେଖିବାକୁ ମିଳିଛି । ଆମେରିକାରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହି ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କରୋନା ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଛି ।

ଯେଉଁ ରିପୋର୍ଟରେ କରୋନା ନେଗେଟିଭ ରହିଛି । ପିଟିଆଇ ହ୍ୱାଇଟ ହାଉସ ପକ୍ଷରୁ ଏହି ରିପୋର୍ଟ ନେଇ ସୂଚନା ଦିଆଯାଇଛି । ଗତ ଶୁକ୍ରବାର ଦିନ ଟ୍ରମ୍ପଙ୍କ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ସୂଚନାଯୋଗ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଇଟାଲିରେ ଏବେ କରୋନାରେ ମୃତ୍ୟୁ ସଂଖ୍ୟା ୧୨୫୦ ଟପି ସାରିଛି । କେବଳ ଗତ ଶୁକ୍ରବାର ଇଟାଲିରେ ସର୍ବାଧିକ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି ।

Coin Marketplace

STEEM 0.29
TRX 0.12
JST 0.033
BTC 63697.39
ETH 3145.23
USDT 1.00
SBD 3.83