୨୭ ରେ ପାଦ ଥାପିଲେ ଆଲିଆ

in #steempress4 years ago (edited)


ମୁମ୍ବାଇ ( ଏଟିଆର ବ୍ୟୁରୋ): ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଆଜି ୨୭ ବର୍ଷରେ ପଦାର୍ପଣ କରିଛନ୍ତି । ମାତ୍ର ୮ ବର୍ଷ ତଳେ ବଲିଉଡରେ ପାଦ ଥାପିଥିବା ଏହି ସୁନ୍ଦରୀ ଅତିକମ ସମୟ ମଧ୍ୟରେ ବଲିଉଡରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଗତକାଲି ମଧ୍ୟ ରାତିରେ ହିଁ ଆଲିଆ ତାଙ୍କ ଜନ୍ମଦିନ ସେଲିବ୍ରେସନ କରିଛନ୍ତି । ଯାହାର କିଛି ଫଟୋ ଓ ଭିଡିଓ ସେ ତାଙ୍କ ଶୋସାଲ ମିଡିଆରେ ପୋଷ୍ଟ କରିଛନ୍ତି ।

https://www.instagram.com/p/B9vANIHhMJR/?utm_source=ig_web_copy_link

ଆଲିଆ କେକ କାଟିବା ସମୟରେ ତାଙ୍କ ନିକଟରେ ତାଙ୍କ ଭଉଣୀ ଶହିନ ଭଟ୍ଟ ଏବଂ ତାଙ୍କ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ରହିଥିଲେ । ଏଇ ନିକଟରେ ଆଲିଆ ତାଙ୍କ ଅପକମିଙ୍ଗ ସିନେମା ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଯେଉଁଥିରେ ତାଙ୍କ ସହିତ ସ୍କ୍ରିନ ସେୟାର କରିଛନ୍ତି ଅଭିନେତା ରଣବୀର କପୁର । ଏବେ କରୋନା କାରଣରୁ ଏହି ସିନେମାର ସୁଟିଂ ବନ୍ଦ ରହିଛି । ଆହୁରି ମଧ୍ୟ ଆଲିଆ କରଣ ଜୋହରଙ୍କ ‘ତଖତ’ ରେ ନଜର ଆସିବେ ।

Coin Marketplace

STEEM 0.29
TRX 0.11
JST 0.033
BTC 63901.15
ETH 3133.40
USDT 1.00
SBD 4.05