ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର

in #steempress5 years ago


ଗଜପତି(ଏଟିଆର ବ୍ୟୁରୋ): ଭାରସାମ୍ୟ ହରାଇ ଏକ କାର ବ୍ରିଜ ତଳକୁ ଖସି ପଡିଛି । ସୀମାଞ୍ଚଳମ୍ ଯାଇ ବ୍ରହ୍ମପୁର ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ଘଟଣା ସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନାଅନୁସାରେ ଆନ୍ଧ୍ରପ୍ରଦେଶ କୋତାପଲ୍ଲି ଗ୍ରାମ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ସୀମାଞ୍ଚଳମରୁ ଦର୍ଶନ ସାରି ଏକ କାର ମଧ୍ୟମରେ ୬ ଜଣ ଫେରୁଥିବା ବେଳେ ଭାରସାମ୍ୟ ହରାଇ କାରଟି ବ୍ରିଜ ତଳକୁ ଖସି ପଡିଥିଲା । ଦୁର୍ଘଟଣା ଗ୍ରସ୍ତ କାର ଓ ମୃତକ ମାନେ ବ୍ରହ୍ମପୁର ଅଞ୍ଚଳର ହୋଇଥିଲେ ମଧ୍ୟ ସେମାନଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ପାରି ନାହିଁ । ଗୁରୁତରଙ୍କୁ ପଲାସା ମୋଡିକାଲରେ ଭର୍ତ୍ତି କରାଯାଇଛି ।

Coin Marketplace

STEEM 0.18
TRX 0.15
JST 0.029
BTC 63235.53
ETH 2558.76
USDT 1.00
SBD 2.63