ସାବଧାନ ! ମହଙ୍ଗା ପଡିପାରେ ମିଥ୍ୟା କରୋନା ପ୍ରଚାର

in #steempress4 years ago


କଳାହାଣ୍ଡି ( ଏଟିଆର ବ୍ୟୁରୋ): ଚୀନରୁ ବ୍ୟାପିଥିବା କରୋନା ଏବେ ସାରା ବିଶ୍ୱରେ ତାର ତାଣ୍ଡବ ରଚୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଏବେ ଶୋସାଲ ମିଡିଆରେ ମଧ୍ୟ କରୋନା ତାର କାୟା ବିସ୍ତାର ଆରମ୍ଭ କରି ସାରିଲାଣି । ଶୋସାଲ ମିଡିଆ ପେଜ ଖୋଲୁ ଖୋଲୁ ଖାଲି କରୋନା ମୟ ହୋଇ ଉଠିଛି ପେଜ । ସଚେତନତା ଠାରୁ ଆରମ୍ଭ କରି କରୋନା ଖବରରେ ଆଚ୍ଛାଧିତ ହୋଇ ପଡିଛି ଶୋସାଲ ମିଡିଆ । ତେବେ ଏହି ଭିତରେ କିଛି ଅସାଧୁ ବ୍ୟକ୍ତି ଶୋସାଲ ମିଡିଆରେ ମିଛ ଖବର ଓ ଗୁଜବ ପ୍ରଚାର ପ୍ରସାର କରି ଭୟ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି ।

ଏବେ ଏହା ଉପରେ କଡା ନଜର ରଖିଛି ସାଇବର ପୋଲିସ । ଯଦି ଆପଣ ଏମିତି କିଛି ମିଛ ଭିତ୍ତିହୀନ ଖବର ପ୍ରଚାର ବା ପୋଷ୍ଟ କରୁଛନ୍ତି ତେବେ ଆପଣଙ୍କ ଉପରେ ନିଆଯାଇପାରେ କଡା କାର୍ଯ୍ୟାନୁଷ୍ଠାନ । ଏବେ କଳାହାଣ୍ଡିରେ ଜଣେ ଯୁବକ କରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରିଥିବାରୁ ତାଙ୍କ ଉପରେ ନିଆଯାଇଛି କଡା କାର୍ଯ୍ୟାନୁଷ୍ଠାନ । କଳାହାଣ୍ଡି ଖଳିଆ କାନି ଗାଁର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ଘରେ କବାଟ ବନ୍ଦ କରି ରହୁଥିବା ଗୁଜବ ସେ ୱାଟସଆପ ମାଧ୍ୟମରେ ପ୍ରଚାର କରିଥିଲେ । ତେବେ ପୋଲିସ ଏହି ସୂଚନା ପାଇବା ପରେ ପୋଲିସ ତାଙ୍କୁ ଥାନରେ ଅଟକ ରଖିଥିବା ସୂଚନା ମିଳିଛି ।

Coin Marketplace

STEEM 0.25
TRX 0.11
JST 0.033
BTC 62379.78
ETH 3034.69
USDT 1.00
SBD 3.78