୭୧ ତମ ସାଧାରଣତନ୍ତ୍ର ଦିବସରେ ନେପାଳକୁ ଉପହାର ଦେଲା ଭାରତ

in #steempress5 years ago (edited)


ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ଭାରତ ଆଜି ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଏହି ଅବସରରେ ଭାରତ ନେପାଳକୁ ଉପହାର ଦେଇଛି । ଭାରତ ନେପାଳକୁ ୩୦ଟି ଆମ୍ବୁଲାନ୍ସ ଓ ୬ଟି ବସ ଉପହାର ଦେଇଛି । ଏହି ବସ ଓ ଆମ୍ବୁଲାନ୍ସ ଗୁଡିକ ନେପାଳର ବିଭିନ୍ନ ହସ୍ପିଟାଲ , ଚାରିଟେବଲ ଟ୍ରଷ୍ଟ ଓ ଶିକ୍ଷାନୁଷ୍ଠାନକୁ ପ୍ରଦାନ କରାଯାଇଛି ।

କାଠମାଣ୍ଡୁରେ ଥିବା ଭାରତୀୟ ଦୂତବାସରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇ ଉକ୍ତ ଆମ୍ବୁଲାନ୍ସ ଓ ବସକୁ ଉପହାର ଭାବେ ପ୍ରଦାଦ କରାଯାଇଛି । ଭାରତୀୟ ଦୂତବାସ ସୂଚନା ଅନୁଯାଇ ଦୁଇ ଦେଶ ମଧ୍ୟରେ ସାମାଜିକ ଓ ଆର୍ଥିକ ଉନ୍ନତିକୁ ଲକ୍ଷ୍ୟରେ ରଖାଯାଇ ଏହି ଉପହାର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଥାଉକି ଏହା ପୂର୍ବରୁ ଭାରତ ସରକାର ପକ୍ଷରୁ ନେପାଳକୁ ପ୍ରାୟ ୭୮୧ ଆମ୍ବୁଲାନ୍ସ ଓ ୧୫୪ଟି ବସ ପ୍ରଦାନ କରାଯାଇଛି ।

Coin Marketplace

STEEM 0.17
TRX 0.12
JST 0.027
BTC 61023.73
ETH 2948.98
USDT 1.00
SBD 2.51