ଓଡିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

in #steempress6 years ago


ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ମମତା ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ସଂନ୍ଧ୍ୟାରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଅରୁଖ ସ୍ୱାଗତ କରିଛନ୍ତି । ମମତାଙ୍କ ସହ ପଶ୍ଚିମବଙ୍ଗ କ୍ରୀଡାମନ୍ତ୍ରୀ ଅରୁପ୍ ବିଶ୍ୱାସ ମଧ୍ୟ ଆସିଛନ୍ତି ।

ଆଜି ସେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ସୂଚନା ଅନୁସାରେ ୨୪ ତମ ପୂର୍ବାଞ୍ଚଳ ଜୋନାଲ କାଉସିଲ ବୈଠକରେ ମମତା ଯୋଗ ଦେବା ପାଇଁ ଆସିଛନ୍ତି । ଏହି ବୈଠକ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ । ଏହି ବୈଠକରେ ଅମିତ ଶାହା ହୋଗ ଦେବା କାର୍ଯ୍ୟକ୍ରମ ଅଛି । ୨୪ ତମ ପୂର୍ବାଞ୍ଚଳ ଜୋନାଲ କାଉସିଲ ବୈଠକରେ ଓଡିଶା, ବିହାର, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ମନ୍ତ୍ରୀ ଓ ଅଫିସର ମାନେ ଯୋଗ ଦେବେ । ତେବେ ମମତା ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ।

ଅନ୍ୟପଟେ ପଶ୍ଚିମବଙ୍ଗରେ ମମତାଙ୍କ ପାର୍ଟି ତୃଣମୂଳ କଂଗ୍ରେସ ପକ୍ଷରୁ ସିଏଏ ଓ ଏନଆରସି ବିରୋଧୀ ଅଭିଯାନ ଜାରି ରହିଥିବାବେଳେ ଅମିତ୍ ଶାହଙ୍କ ସହ ତାଙ୍କର ଭେଟଘାଟକୁ ରାଜନୀତିକ ମହଲରେ ଗୁରୁତ୍ୱ ଦିଆଯାଉଛି। କାରଣ ମମତା ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବୈଠକକୁ ବର୍ଜନ କରିଥିବାର ନଜିର ରହିଛି ।ଆସନ୍ତା ୨୮ ତାରିଖ ଦିନ ବୈଠକରେ ମମତା ଯୋଗଦେବା ପରେ ଅପରାହ୍ନରେ ଫେରି ଯିବେ ବୋଲି ସୂଚନା ରହିଛି ।

Coin Marketplace

STEEM 0.04
TRX 0.32
JST 0.076
BTC 64518.18
ETH 1673.68
USDT 1.00
SBD 0.41