ନାଗରିକତା ସଂଶୋଧନ ବିଲକୁ ବିରୋଧ, ଆସାମରେ ହିଂସା

in #steempress7 years ago (edited)


ଆସାମ ( ଏଟିଆର ବ୍ୟୁରୋ): ନାଗରିକ ସଂଶୋଧନ ବିଲକୁ ଆସାମରେ ବିରୋଧ କରାଯାଉଛି । ଏମିତିକିି ଏଠାରେ କର୍ଫ୍ୟୁକୁ ମଧ୍ୟ ଲୋକେ ମାନୁନଥିବାର ଦେଖିବାକୁ ମିଳିଛି । ଅନେକ ସଂଗଠନ ଏହି ବିଧେୟକକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ବିରୋଧ ପୂର୍ବକ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସେନା ଆନ୍ଦୋଳନକାରୀଙ୍କ ଉପରକୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି ।

ହିଂସାକୁ ଦୃଷ୍ଟିରେ ରଖି ଗତକାଲି ଠାରୁ ୧୦ ଟି ଜିଲ୍ଲାରେ ଇଣ୍ଟରନେଟ ଓ ଫୋନ ସେବାକୁ ବନ୍ଦ କରି ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ଅଧିକ ସେନା ମଗାଯାଇଛି । ଏଠାରେ କଫ୍ୟୁ ଲାଗୁ ହୋଇଥିଲେ ମଧ୍ୟ ଲୋକେ ରାସ୍ତାକୁ ଆସି ବିରୋଧ ପ୍ରଦର୍ଶନ କରୁଛନ୍ତି ।

Coin Marketplace

STEEM 0.05
TRX 0.32
JST 0.082
BTC 65746.89
ETH 1791.48
USDT 1.00
SBD 0.44