ମାର୍ଚ୍ଚ ୩୧ଯାଏଁ ବନ୍ଦ ରଖାଯିବ ପ୍ଲାନେଟୋରିୟମ

in #steempress4 years ago (edited)


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କରୋନା ଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହାସହ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜକୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହାସହ ବିଭିନ୍ନ ଜନଗହଳୀ ପୂର୍ଣ୍ଣ ସ୍ଥାନ ଯେପରି ସିନେମା ଘର, ସ୍ୱିମିଙ୍ଗଫୁଲ, ଦେବାଳ, ଜିମ ବନ୍ଦ ରଖିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ତେବେ ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଏହି ଭୂତାଣୁ ବ୍ୟାପିବାର ଅଧିକ ସମ୍ଭାବନା ରହିଥିବାରୁ ଏଥିପ୍ରତି ଅଧିକ ଧ୍ୟାନ ଦିଆଯାଉଛି ।

କରୋନାକୁ ଆଖିଆଗରେ ରଖି ଆସନ୍ତ ମାର୍ଚ୍ଚ ୩୧ ଯାଏଁ ପଠାଣି ସାମନ୍ତ ପ୍ଲାନେଟୋରିୟମକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ସମେତ ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମର ସବୁ ଶୋ’କୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଖଣ୍ଡପଡାର ପଠାଣି ସାମନ୍ତ ମ୍ୟୁଜିୟମ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ତେବେ ରାଜ୍ୟରେ ଥିବା ନନ୍ଦନକାନନ ଚିଡିଆଖାନାକୁ ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକମାନେ ବର୍ଷ ତମାନ ଆସିଥାନ୍ତି । ତେବେ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟଙ୍କୁ ସ୍କ୍ରିନିଂ କରାଯିବ । ଏହାସହ କେନ୍ଦ୍ରୀୟ ଚିଡିଆଖାନା କତ୍ତୃପକ୍ଷଙ୍କ ପକ୍ଷରୁ ପ୍ରବେଶ ଓ ପ୍ରସ୍ଥାନ ଗେଟରେ ପରିମଳ ପାଇଁ ପଦକ୍ଷେପ ନେବାକୁ ଦେଶର ସବୁ ଚିଡିଆଖାନାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

Coin Marketplace

STEEM 0.30
TRX 0.11
JST 0.033
BTC 64271.38
ETH 3157.43
USDT 1.00
SBD 4.25