ମାର୍ଚ୍ଚ ୨୯ରେ ଆରମ୍ଭ ହେବ ଆଇପିଏଲ-୧୩

ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ-୧୩(ଆଇପିଏଲ) । ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମ ଠାରେ ଚଳିତ ବର୍ଷର ପ୍ରଥମ ଆଇପିଏଲ ମ୍ୟାଚ ଖେଳା ଯିବ । ପ୍ରଥମ ମ୍ୟାଚରେ ଗତବର୍ଷର ଆଇପିଏଲ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପରକିଙ୍ଗକୁ ଭେଟିବ । ସୂଚନା ଅନୁସାରେ ମ୍ୟାଚ ସୂଚୀ ଫ୍ରଞ୍ଚାଇଜକୁ ପଠାଇ ଦିଆଯାଇଛି । ଏହାର ଘୋଷଣା ଆଇପିଏଲ ତରଫରୁ ପରେ କରାଯିବ । ତେବେ ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବ । ଲିଗର ଶେଷ ମ୍ୟାଚ ମେ ମାସ ୧୭ ତାରିଖରେ ଖେଳା ଯିବା । ସେହିପରି ମେ ମାସ ୨୪ ତାରିଖ ଦିନ ଫାଇନାଲ ମ୍ୟାଚ ଖେଳା ଯିବାର ଅଛି ।
ଅନ୍ୟପଟେ ରୟାଲ ଚାଲେଞ୍ଜର ବାଙ୍ଗେଲେର ନିଜ ଲିଗ ମ୍ୟାଚର ସୂଚୀ ନିଜ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ, ଚିନ୍ନାସ୍ୱାମୀ ଆମେ ଆସୁଛୁ ।
https://twitter.com/RCBTweets/status/1228712750102089729?s=20
ସେହିପରି ସନରାଇଜ ହାଇଦ୍ରାବାଦନିଜ ଲିଗ ମ୍ୟାଚର ସୂଚୀ ନିଜ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ, ସେହି ଖାସ ମୁହୁର୍ତ୍ତ ପାଇଁ ଆମେ ସମସ୍ତ ଅପେକ୍ଷା କରିଛୁ ।
https://twitter.com/SunRisers/status/1228688053289410560?s=20
ସେହିଭଲି କୋଲକତା ନାଇଟ ରାଇଡରସ ନିଜ ଲିଗ ମ୍ୟାଚର ସୂଚୀ ନିଜ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ,ଅପେକ୍ଷାର ଅନଃ ।
https://twitter.com/KKRiders/status/1228932971278635008?s=20