ବିଶ୍ୱ ହିନ୍ଦୁ ପରିଷଦର ମଡେଲ ଭଳି ନିର୍ମାଣ ହେବ ଭଗବାନ ରାମଙ୍କ ମନ୍ଦିର

in #steempress5 years ago


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ଜଣାପଡିଛି । ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦର ମଡେଲ ଅନୁଯାୟୀ ନିର୍ମାଣ ହେବ ଭଗବାନ ରାମଙ୍କ ମନ୍ଦିର । ମାତ୍ର ମନ୍ଦିର ଶିଳାନ୍ୟାସର ତାରିଖ ସ୍ପଷ୍ଟ ହୋଇ ନାହିଁ । ଏନେଇ ଅଯୋଧ୍ୟରେ ହେବାକୁ ଥିବା ଦ୍ୱିତୀୟ ବୈଠରେ ସ୍ଥିର କରାଯିବ ।

ଏହି ବୈଠକରେ ମନ୍ଦିରର ଟ୍ରଷ୍ଟ ଅଧ୍ୟକ୍ଷ ଭାବେ ମହନ୍ତ ନୃତ୍ୟଗୋପାଳ ଦାସଙ୍କ ଚୟନ କରାଯାଇଛି । ସେହିପରି ଉପାଧ୍ୟକ୍ଷ ଚମ୍ପତି ରାୟଙ୍କୁ ମହାସଚିବ ଏବଂ ସ୍ୱାମୀ ଗୋବିନ୍ଦ ଗିରିଙ୍କୁ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଘନିଷ୍ଠ ତଥା ତାଙ୍କର ପୂର୍ବ ପ୍ରଧାନ ସଚିବ ନୁପେନ୍ଦ୍ର ମିଶ୍ରଙ୍କୁ ମନ୍ଦିର ନିର୍ମାଣ ସମିତର ଚେୟାରମ୍ୟାନ ଭାବେ ଦାୟିତ୍ୱ ଦିଆଯାଇଛି ।

ଟ୍ରଷ୍ଟର ଅଧ୍ୟକ୍ଷ ଏବଂ ବରିଷ୍ଠ ଓକିଲ କେ.ପରାସରନଙ୍କ ଗ୍ରେଟର କୈଳାଶ ସ୍ଥିତ ବାସଭବନରେ ହୋଇଥିବା ବୈଠକରେ ନଅ ଟି ପ୍ରସ୍ତାବ ପାରିତ ହୋଇଛି । ପ୍ରଥମେ ମହନ୍ତ ନୃତ୍ୟଗୋପାଳ ଓ ଚମ୍ପତ ରାୟଙ୍କୁ ସାମିଲ କରିବା ଏବଂ ଅଧ୍ୟକ୍ଷ ଓ ମହାସଚିବ ହେବାର ପ୍ରସ୍ତାବ ପାସ୍ ହେଲା । ଏହାପରେ ନୁପେନ୍ଦ୍ର ମିଶ୍ରଙ୍କ ଚୟନ ଉପରେ ମୋହର ଲାଗିଲା ।

ମନ୍ଦିର ନିର୍ମାଣ ସହ ଜଡିତ ସମସ୍ତ ନିର୍ଣ୍ଣୟ ଏବେ ନୁପେନ୍ଦ୍ର ମିଶ୍ର କରିବେ । ଏହାର ଦ୍ୱିତୀୟ ବୈଠକ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କୁହାଯାଉଛି ।

Coin Marketplace

STEEM 0.20
TRX 0.15
JST 0.030
BTC 65269.02
ETH 2653.11
USDT 1.00
SBD 2.84