କାଳ ହେଲା କୁହୁଡି,ଲାଇନଚ୍ୟୁତ୍ ହେଲା ଏଲଟିଟି ଏକ୍ସପ୍ରେସ

in #steempress5 years ago


କଟକ (ଏଟିଆର ବ୍ୟୁରୋ): ମୁମ୍ବାଇ- ଭୁବନେଶ୍ୱର ଏଲଟିଟି ଏକ୍ସପ୍ରେସ ଲାଇନ୍ ଚ୍ୟୁତ୍ । କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ ଶାଳଗାଁ ନିକଟରେ ଏହି ଟ୍ରେନଟି ଲାଇନଚ୍ୟୁତ୍ ହୋଇଛି । ଆଜି ସକାଳୁ ଘନ କୁହୁଡି ଲାଗି ରହିଥିବା ଫଳରେ ଟ୍ରେନ୍ ରେଳ ଧାରଣାରୁ ବାହାରକୁ ପଳେଇଥିଲା । ଏହି ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହାସହିତ ୫ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି ।

ଦୁର୍ଘଟଣା ଘଟିବା ପରେ ଯାତ୍ରୀ ଭୟବିତ ହୋଇପଡିଥିଲେ ଏବଂ କିଛି ଯାତ୍ରୀ ରେଳ ବିଭାଗକୁ ଟ୍ୱିଟ୍ କରିବା ପରେ ରେଳ ବିଭାଗ କର୍ମୀ ଏବଂ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣାରେ କେତେ କ୍ଷୟ କ୍ଷତି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ମାତ୍ର ଦୁର୍ଘଟଣାଟି ଘନ କୁହୁଡି ଯୋଗୁଁ ହୋଇଛି ବୋଲି ଜଣା ପଡିଛି ।

ଅପରପେକ୍ଷ ଦୁର୍ଘଟଣା ଯୋଗୁଁ ଅନେକ ଲୋକ ଫସି ରହିଛନ୍ତି । ଯାତ୍ରୀଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।

Coin Marketplace

STEEM 0.20
TRX 0.15
JST 0.029
BTC 63578.99
ETH 2611.82
USDT 1.00
SBD 2.85