ପ୍ଲାଏଉଡ୍ ଫ୍ୟାକ୍ଟେରୀରେ ନିଆଁ

in #steempress6 years ago (edited)


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭୟାବହ ଅଗ୍ନିକାଣ୍ଡ । ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଥିବା ଏକ ପ୍ଲାଏଉଡ୍ ଫ୍ୟାକ୍ଟେରୀରେ ଆଜି ସକାଳୁ ନିଆଁ ଲାଗିଯାଇଛି । ମୁଣ୍ଡକାର ମେଟ୍ରୋ ଷ୍ଟେସନ ପାଖରେ ଏହି ଅଗ୍ନକାଣ୍ଡ ଘଟିଛି । କାଠ ଫ୍ୟାକ୍ଟେରୀ ଯୋଗୁଁ ନିଆଁ ଚାରିଆଡକୁ ବ୍ୟାପିବାରେ ଲାଗିଛି । ଧୀରେ ଧୀରେ ଆଉ ଏକ ଫ୍ୟାକ୍ଟେରୀକୁ ବ୍ୟାପିବାରେ ଲାଗିଲାଣି । ସେପଟେ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୨୧ ଟି ଦମକଳ ଗାଡି ଉପସ୍ଥିତ ରହିଛି । ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଆହତ ନହୋଇଥିବା କଥା ଦମକଳ ବାହିନୀର ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଶଁ ହୋଇଯାଇଛି । ସେପଟେ ଫ୍ୟାକ୍ଟେରୀରେ ଅଚାନକ୍ ନିଆଁ କେମିତି ଲାଗିଲା ସେ ନେଇ କୌଣସି କାରଣ ସ୍ପଷ୍ଟ ହୋଇନାହିଁ ।

ଏହାପୂର୍ବରୁ ଗତ ରବିବାର ଦିନ ଦିଲ୍ଲୀରେ ଆଉ ଏକ ବଡ ଅଗ୍ନିକାଣ୍ଡ ହୋଇଥିଲା । ରାଣୀ ଝାନ୍ସି ରୋଡ ସ୍ଥିତ ଏକ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । ଏଥିରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।

Coin Marketplace

STEEM 0.04
TRX 0.32
JST 0.081
BTC 61426.98
ETH 1631.00
USDT 1.00
SBD 0.42