ଆଉ ମାତ୍ର କେଇ ମିନିଟ ପରେ ଭାରତରେ ଅବତରଣ କରିବେ ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଉ ମାତ୍ର କେଇ ମିନିଟିର ଅପେକ୍ଷା । ତାପରେ ଭାରତରେ ପହଞ୍ଚିବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପତ୍ନୀ ଓ ଝିଅ ଜ୍ୱାଇଁ । ବିମାନ ଅହମ୍ମଦାବାଦରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ସ୍ୱାଗତ କରିବେ ପ୍ରଧାନମନ୍ତ୍ରୀ ମୋଦି । ସୂଚନା ଅନୁସାରେ ଆଜି ଦିନ ୧୧ଟା ୪୦ ମିନିଟରେ ଅହମ୍ମଦାବାଦରେ ଅବତରଣ କରିବେ ଟ୍ରମ୍ପ । ଏନେଇ ଅହମ୍ମଦାବାଦରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପରେ ସେଠାରୁ ମୋଦି ଓ ଟ୍ରମ୍ପ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ ।
ଅନ୍ୟପଟେ ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତନେଇ ସୁରକ୍ଷା ପାଇଁ ୩୦ ଜଣ ଗୁଇନ୍ଦା ଅଧିକାରୀ ଦିଲ୍ଲୀରେ ପହଞ୍ଚିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ୨ ଦିନଆ ଭାରତ ଗସ୍ତା କାର୍ଯ୍ୟସୂଚୀ ଜାରି କରାଯାଇଛି । ସୂଚନା ଅନୁସାରେ ୧୧ ଟା ୪୦ ରେ ଅବତରଣ କରିବା ପରେ ୧୨ ଟା ୧୫ ମିନିଟରେ ସାବରମତୀ ଆଶ୍ରମ ପରିଦର୍ଶନ କରିବେ । ସେହିଭଳି ୧ ଟା ୫ ରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ନ ୩ ଟା ୩୦ ରେ ଆଗ୍ରା ଯାତ୍ରା କରିବେ । ୬ ଟା ୪୫ ରେ ଦିଲ୍ଲୀ ଅଭିମୁଖେ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ସେହିଭଳି କାଲି ସକାଳୁ ମହାତ୍ମାଗାନ୍ଧୀଙ୍କ ସାମଧୀ ପୀଠ ଦର୍ଶନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛିି ।