ସମୁଦ୍ରରେ ଡଙ୍ଗାକୁ ଧକ୍କା ଦେଲା ଡଙ୍ଗା, ଗୋଟେ ଡଙ୍ଗା ଦୁଇ ଫାଳ

in #steempress5 years ago


ବ୍ରହ୍ମପୁର (ଏଟିଆର ବ୍ୟୁରୋ): କାଳ ହେଲା କୁହୁଡି । ସମୁଦ୍ରରେ ଦୁର୍ଘଟଣା । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ଘଟିଛି । ଦୁର୍ଘଟଣାରେ ଅଳ୍ପକେ ବିର୍ତ୍ତି ଯାଇଛନ୍ତି ୧୮ ଜଣ ମତ୍ସ୍ୟଜିବୀ । ସେମାନଙ୍କ ମଧ୍ୟରୁ ୪ ଜଣ ମତ୍ସ୍ୟଜିବୀ ସାମାନ୍ୟ ଭାବେ ଆହତ ହୋଇଛନ୍ତି ।

ଆଜି ଭୋରୁ ଭୋରୁ ଏହି ଦୁର୍ଘଟଣା ଘଟିଛି । ମତ୍ସ୍ୟମଜିବୀମାନେ ମାଛ ମାରିବା ପାଇଁ ସକାଳୁ ବାହାରିଥିଲେ । ସମୁଦ୍ର ଉପକୂଳରୁ ପ୍ରାୟତଃ ୫୦୦ ମିଟରେ ଦୂରରେ ଦୁର୍ଘଟଣାର ଶିକାର ହୋଇଥିଲା ଦୁଇଟି ଡଙ୍ଗା । ଘନ କୁଡୁଡି ଲାଗି ରହିଥିବାରୁ କିଛି ଦୃଶ୍ୟମାନ ହୋଇ ନଥିଲା । ଯାହାଫଳରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲା । ଏହାପରେ ଦୁଇଟି ଯାକ ଡଙ୍ଗା ଓଲଟି ପଡିଥିଲା । ଏଥିରେ ଗୋଟ ଟଙ୍ଗା ପୂରା ଦୁଇ ଖଣ୍ଡ ହୋଇ ଯାଇଥିଲା । ଏହାପରେ ମତ୍ସ୍ୟଜିବୀମାନେ ପହଁରି ପହଁରି କୂଳରେ ପହଁଚିଥିଲେ । ଏହି ଦୁର୍ଘଟଣାରେ ଡଙ୍ଗା ସମେତ ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଥିବାର ଜଣାପଡିଛି ।

Coin Marketplace

STEEM 0.19
TRX 0.15
JST 0.029
BTC 63834.78
ETH 2627.38
USDT 1.00
SBD 2.78