ମ୍ୟାଚ୍ ପାଇଁ ପୋଲିସ୍ କମିଶନର ପକ୍ଷରୁ ଆଡଭାଇଜରୀ ଜାରି

in #steempress6 years ago (edited)


କଟକ (ଏଟିଆର ବ୍ୟୁରୋ): ଆସନ୍ତା କାଲି କଟକ ବାରବାଟି ଷ୍ଟାଡିୟମରେ ଖେଳାଯିବ ଭାରତ-ୱେଷ୍ଟ ଇଣ୍ଡିଜ୍ ଦିନିକିଆ ମ୍ୟାଚ୍ । ଏନେଇ ଦୁଇ ଦଳର ଖେଳାଳୀମାନେ ମଧ୍ୟ ଓଡିଶାରେ ପହଁଚି ସାରିଛନ୍ତି । ସେପଟେ ଆଜି ସକାଳୁ ପ୍ରାକ୍ଟିସ୍ ପାଇଁ ଟିମ୍ ଇଣ୍ଡିଆ ଦଳ ଷ୍ଟାଡିୟମରେ ପହଁଚିଛନ୍ତି । ସେହିପରି ଅପରାହ୍ନରେ ୱେଷ୍ଟଇଣ୍ଡିଜ୍ ଦଳ ସେମାନଙ୍କର ପ୍ରାକ୍ଟିସ୍ କରିବେ ।

ସେହିପରି ମ୍ୟାଚ୍ ପାଇଁ ପୋଲିସ କମିଶନର ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଆଡଭାଇଜରୀ ରେ ଗ୍ୟାଲେରୀ ନଂ ସହ ଗେଟ୍ ନଂ ବିଷୟରେ ସୂଚନା ଦିଆଯାଇଛି । ଯେପରିକି ନୂଆ ଏବଂ ପୁରୁଣା ପାଭିଲିୟନ ଓ ପ୍ରେସ୍ ବକ୍ସକୁ ଯିବା ପାଇଁ ୧ ନଂ ଗେଟ୍ । ୧ ନଂ ଗ୍ୟାଲେରୀ ପାଇଁ ୯ ନଂ ଗେଟ୍, ୨ ନଂ ଗ୍ୟାଲେରୀ ପାଇଁ ୧୦ ନଂ ଗେଟ୍, ୩ ନଂ ଗ୍ୟାଲେରୀ ପାଇଁ ୧୨ ନଂ ଗେଟ୍, ୪ ନଂ ଗ୍ୟାଲେରୀ ପାଇଁ ୧୩ ନମ୍ବର ଗେଟ୍,୫ ନଂ ଗ୍ୟାଲେରୀ ପାଇଁ ୨ ନଂ ଗେଟ୍, ୬ ନଂ ଗ୍ୟାଲେରୀ ପାଇଁ ଗେଟ୍ ନଂ ୪,ସ୍ପେଶାଲ ଏନକ୍ଲୋଜର ପାଇଁ ୩ ନଂ ଗେଟ୍, ସ୍ପେଶାଲ ଏନକ୍ଲୋଜର ବ୍ଲକ ବି ପାଇଁ ୫ ନଂ ଗେଟ୍, ୬ ନଂ ଗ୍ୟାଲେରୀ ପାଇଁ ୪ ନଂ ଗେଟ୍ ଏବଂ ଟିଭି କ୍ରିଉ ମେମ୍ବର ୭ ନଂ ଗେଟ୍ ଦେଇ ଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତିତ ଯଦି କୌଣସି ବ୍ୟକ୍ତି ଏଥିପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ହେଲ୍ପ ଡେକ୍ସର ସାହାରା ନେଇ ପାରିବେ ।

https://twitter.com/SarangiSudhansu/status/1208096830426247168?s=20

Coin Marketplace

STEEM 0.05
TRX 0.32
JST 0.078
BTC 66534.83
ETH 1775.30
USDT 1.00
SBD 0.42