ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ

in #steempress5 years ago


ବାଲେଶ୍ୱର (ଏଟିଆର ବ୍ୟୁରୋ): ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ । ବସ୍ କୁ ପିଟିଲା ଅଜଣା ଗାଡି । ଏଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ନହରା ଛକରେ ଘଟିଛି । ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଚିକିତ୍ସା କରିବା ଲାଗି ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବସ୍ ପଶ୍ଚିମବଙ୍ଗରୁ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଆସୁଥିଲା । ଏଥିରେ ପ୍ରାୟତଃ ୭୦ ରୁ ଅଧିକ ଯାତ୍ରୀ ଥିଲେ । ଜଳେଶ୍ୱର ନହରାଛକଠାରେ ବସ୍ ଟିକୁ ଅନ୍ୟ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏହାକୁ ଦ୍ଖେି ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନଶମ ଟିମ୍ ପହଁଚି ତଦନ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Coin Marketplace

STEEM 0.19
TRX 0.15
JST 0.029
BTC 62956.16
ETH 2588.54
USDT 1.00
SBD 2.74