ମର୍ମନ୍ତୁଦ ସଡକ ଦୁର୍ଘଟଣା;୩ ମୃତ,୧୦ ଗୁରୁତର

in #steempress5 years ago


ବାଲେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ କୁ ପିଟିଲା ଟ୍ରାଭେଲର । ଏଥିରେ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ଶେରଗଡ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଘଟିଛି । ସେପଟେ ଆହତଙ୍କୁ ଚିକିତ୍ସା କରିବା ଲାଗି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ପୁରୀରୁ ଆସିଥିବା ଟ୍ରାଭେଲର ଟି ଶେରଗଡ ପେଟ୍ରୋଲ ପମ୍ପ ଠାରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥୁଆ ହୋଇଥିବା ଏକ ଟ୍ରକ୍ କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ଟ୍ରାଭେଲରର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା । ଏହାସହିତ ଟ୍ରାଭେଲର ଥିବା ୨୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣଙ୍କର ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ସମସ୍ତ ଯାତ୍ରୀ ପୁରୀ ବାଲିସାହି ଅଞ୍ଚଳର ବୋଲି ଜଣାପଡିଛି ।

Coin Marketplace

STEEM 0.20
TRX 0.15
JST 0.029
BTC 64401.36
ETH 2627.01
USDT 1.00
SBD 2.83