ବାରଣାସୀ ଗସ୍ତ କଲେ ପ୍ରଧାନମନ୍ତ୍ରୀ

in #steempress5 years ago


ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ନିର୍ବାଚନ ମଣ୍ଡଳୀ ଯାତ୍ରା କରିଛନ୍ତି । ବାରଣାସୀରେ ଏକ ସାଧାରଣ ସଭାରେ ଯୋଗଦେବା ପରେ ମୋଦି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଗତ ନିର୍ବାଚନ ପରେ ମୋଦିଙ୍କର ଏହା ଦ୍ୱିତୀୟ ବାରଣାସୀ ଗସ୍ତ । ଆଜି ସକାଳ ୧୦ ଟା ପନ୍ଦର ମିନିଟରେ ମୋଦି ବିମାନ ମନ୍ଦିରରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳ ଆନନ୍ଦୀ ବେନ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ୱାଗତ କରିଥିଲେ । ଏହି ଅବସରରେ ସେ ଆଜି ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଏକ ସ୍ମାରକୀ କେନ୍ଦ୍ରର ଉଦଘାଟନ କରିବେ ।

ଏହି ମୂର୍ତ୍ତିଟିର ଉଚ୍ଚତା ରହିଛି ୬୩ ଫୁଟ । ସେହିଭଳି କାଶୀରେ ଆଜି ମୋଦି ଏକ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କରିବେ । ଅନ୍ୟପଟେ କାଶୀ – ମହାକାଳ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ । ଆଜି ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୋଦି ଏଠାରେ ଉପସ୍ଥିତ ରହିବେ । ବାରଣାସୀରେ ପହଞ୍ଚିବା ପରେ ମୋଦି ଜଙ୍ଗମବାଡି ମଠକୁ ଯାଇଛନ୍ତି । ସେ ଏଠାରେ ବୀର ଶୈବ ମହାକୁମ୍ଭରେ ଯୋଗଦେବେ । ବିଗତ ୬ ବର୍ଷ ମଧ୍ୟରେ ମୋଦିଙ୍କର ଏହା ହେଉଛି ୨୨ ତମ ବାରଣାସୀ ଗସ୍ତ । ପ୍ରଧାନମନ୍ତ୍ରୀ ଅପରାହ୍ନ ୪ ଟା ୪୫ ରେ ନୂଆଦିଲ୍ଲୀ ଫେରିବେ ବୋଲି ସୂଚନା ମିଳିିଛି ।

Coin Marketplace

STEEM 0.17
TRX 0.15
JST 0.028
BTC 62952.72
ETH 2429.38
USDT 1.00
SBD 2.56