ଏହି ସର୍ତ୍ତରେ ଆପଣ ଆପଣଙ୍କ ଗାଡିକୁ ଅନ୍ୟକୁ ଚଳାଇବାକୁ ଦେଇ ପାରିବେ

in #steempress5 years ago (edited)


ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଉ ମାତ୍ର ୩ ଦିନ ପରେ ପୁଣି ରାଜ୍ୟରେ ଜୋରଦାର ହେବ ଗାଡି ମଟର ଚେକିଂ କଡାକଡି । ଏଥି ପାଇଁ ଏବେଠି ଲୋକ ଚିନ୍ତାରେ ପଡି ଗଲେଣି । କାରଣ ଯଦି ଆପଣଙ୍କର କୌଣସି ବି ଗୋଟିଏ କାଗଜ ପତ୍ର ଠିକ ନାହିଁ ତେବେ ଆପଣଙ୍କୁ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା । ଏହି ଅବସରରେ ଏବେ ସବୁଠାରୁ ମୁଖ୍ୟ ପ୍ରସଙ୍ଗ ହୋଇଛି ଅନ୍ୟ ନାମରେ ଥିବା ଗୋଟିଏ ଗାଡିକୁ ଆଉ ଜଣେ ଚଳାଇ ପାରିବ କି ନାହିଁ ।

ବାପାଙ୍କ ନାମରେ ଅବା ସମ୍ପର୍କୀୟଙ୍କ ନାମରେ ଥିବା ଗାଡିକୁ ପରିବାରର ଅନ୍ୟ ସଦସ୍ୟ ମାନେ ବ୍ୟବହାର କରି ପାରିବେ କି ନାହିଁ । କାରଣ ଏଇ ନିକଟରେ ବାପାଙ୍କ ଗାଡି ଚଳାଇଥିବାରୁ ଜଣେ ଝିଅ ଉପରେ ଅଧିକ ମାତ୍ରାରେ ଜରିମାନା ଲାଗୁ ହୋଇଥିଲା । ଏନେଇ ଗଣ ମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା । ତେବେ ଏହାକୁ ନେଇ ଏବେ ଭଦ୍ରକ ଆରଟିଓ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ବାପାଙ୍କ ଗାଡି ପୁଅ ଝିଅ ଚଲାଇବା ଏହା ବେଆଇନ ସେଭଳି କିଛି ନିୟମ ନାହିଁ । ଯଦି ଗାଡିର କାଗଜ ପତ୍ର ଠିକ ଥିବ ଓ ଚାଳକର ଗାଡି ଲାଇସେନ୍ସ ଅଛି ତେବେ ଗାଡିର ମାଲିକ ଯିଏ ଥିଲେ ବି ସମସ୍ତେ ଗାଡି ଚଳାଇ ପାରିବେ ।

Coin Marketplace

STEEM 0.19
TRX 0.15
JST 0.029
BTC 63498.69
ETH 2645.91
USDT 1.00
SBD 2.80