ଆଉ ନାହାନ୍ତି ପୂର୍ବତନ ସାଂସଦ ମୋରିସ କୁଜୁର

in #steempress4 years ago


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ନାହାନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମୋରିସ କୁଜୁର । ୮୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ଶରୀର ଅସୁସ୍ଥ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗାଁରେ ୧୯୩୫ ମସିହା ନଭେମ୍ବର ୨ରେ ମୋରିସ କୁଜୁର ଜନ୍ମ ଗ୍ରହଣ କରିଥିଲେ । ସେ ଲୋକସଭାର ସାଂସଦ ଭାବେ ୧୯୮୪ ରୁ ୧୯୮୯ ପର୍ଯ୍ୟନ୍ତ ରହିଥିଲେ । ସେହିପରି ରାଜ୍ୟସଭାର ସାଂସଦ ଭାବେ ୧୯୯୬ ରୁ ୨୦୦୨ ପର୍ଯ୍ୟନ୍ତ ରହିଥିଲେ । ଏହାସହିତ ସେ ଦୀର୍ଘ ଚାରି ବର୍ଷ ତଥା ୨୦୦୮ ରୁ ୨୦୧୧ ଯାଏଁ ଜାତୀୟ ଏସଟି କମିଶନ ଅଧ୍ୟକ୍ଷ ଭାର ତୁଲାଇଥିଲେ ।

Coin Marketplace

STEEM 0.31
TRX 0.12
JST 0.033
BTC 64341.19
ETH 3145.13
USDT 1.00
SBD 4.00