ବାରିପଦାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

in #steempress6 years ago (edited)


ବାରିପଦା ( ଏଟିଆରେ ବ୍ୟୁରୋ): ବାରିପଦାର ଏକ ପୁରୁଣା କାଗଜ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଯେଉଁଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୫୫ ନଂ ଜାତୀୟ ରାଜପଥରେ ଥିବା ମଛାବନ୍ଧାରେ ଥିବା ଏକ ପୁରୁଣା କାଗଜ ଗୋଦାମରେ ନିଆଁ ଲାଗିଥିଲା ।

ରାତିରେ ଗୋଦାମରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ନିଆଁ ଲାଗିଥିବା ସନ୍ଦେହ କରିଥିଲେ । ପରେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଛନ୍ତି । ଗତକାଲି ରାତି ଠାରୁ ଆଜି ସକାଳ ପର୍ଯ୍ୟନ୍ତ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଥିଲା । ତେବେ ନିଆଁ କେମିତି ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।

Coin Marketplace

STEEM 0.04
TRX 0.33
JST 0.079
BTC 63264.99
ETH 1671.73
USDT 1.00
SBD 0.42