ଆଜି ଅବସର ନେବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ

in #steempress7 years ago


ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ସେହିଭଳି ସୁପ୍ରିମକୋର୍ଟ ନୂଆ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଅରବିନ୍ଦ ଶରଦ ବୋବଡେ । ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ସମୟରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାୟ ପ୍ରଦାନ କରିଛନ୍ତି । ଗତ ୧୫ ତରିଖରେ ଜଷ୍ଟିସ ଗୋଗୋଇଙ୍କର ସୁପ୍ରିମକୋର୍ଟରେ ଶେଷ କାର୍ଯ୍ୟ ଦିବସ ରହିଥିଲା । ସେଦିନ ସେ ମାତ୍ର ତିନି ମିନିଟ ପାଇଁ କୋର୍ଟରେ ବସିଥିଲେ ।

୩ ମିନିଟରେ ସେ ୧୦ ଟି କେସରେ ନୋଟିସ ଦେଇଥିଲେ । ତେବେ ଜଷ୍ଟିସ ଗୋଗୋଇଙ୍କ କାର୍ଯ୍ୟକାଳ ଭିତରେ ଦିଆଯାଇଥିବା ରାୟ ଗୁଡିକ ମଧ୍ୟରେ ରହିଛି ଦୀର୍ଘ ବର୍ଷ ଧରି ଲାଗି ରହିଥିବା ରାମ ମନ୍ଦିର ଓ ବାବ୍ରି ମସଜିଦ ମାମଲା, ରାଫେଲ ଚୁ୍କ୍ତି, ପ୍ରଧାନ ବିଚାରପତିଙ୍କ କାର‌୍ୟ୍ୟାଳୟ ଆରଟିଆଇ ପରିସରଭୁକ୍ତ ହେବା, ତିନ୍ ତଲାକ, ଆଧାର ମାମଲା ଇତ୍ୟାଦି । ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ପରେ ସେ ପ୍ରଧାନ ବିଚାରପତି ଭାବେ ନିଯୁ୍କ୍ତ ହୋଇଥିଲେ।

Coin Marketplace

STEEM 0.04
TRX 0.32
JST 0.084
BTC 64274.25
ETH 1739.95
USDT 1.00
SBD 0.44