ଆମେରିକା ଦୂତାବାସ ଉପରେ ଇରାନର ରକେଟ ମାଡ

in #steempress4 years ago


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଆହୁରି ଉଗ୍ର ରୂପ ନେଇଛି । ଏକ ପ୍ରକାର ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ବାଗବାଦ ‘ଗ୍ରୀନ ଜୋନ’ କୁ ୨ ଟି ରକେଟ ମାଡ ହୋଇଥିବା ଜଣା ପଡିିଛି । ଏହି ଜୋନଟି ହାଇ ସିକ୍ୟୁରିଟି ମଧ୍ୟରେ ରହିଥିଲେ ମଧ୍ୟ ଏଠାରେ ରକେଟ ମାଡ କରାଯାଇଛି । ଏଠାରେ ଆମେରିକା ସମେତ ଅନେକ ରାଷ୍ଟ୍ରର ଦୂତାବାସ ରହିଛିି ।

ସୂଚନାଯୋଗ୍ୟ ଗତ ସପ୍ତାହରେ ଆମେରିକା ଇରାକରେ ଡ୍ରୋନ ମାଡ କରି ଇରାକ ଜେନେରାଲ କାଶିମ ସୁଲେମାନି ଏବଂ ଇରାକର କମାଣ୍ଡର ଅବୁ ମହଦି ଅଲ ମୁହାନ୍ଦିସକୁ ହତ୍ୟା କରିଥିଲା । ଯାହାପରେ ଦୁଇଦେଶ ମଧ୍ୟରେ ଏକ ପ୍ରକାର ଆରମ୍ଭ ହୋଇଯାଇଛି ଯୁଦ୍ଧ । ସେହିଭଳି ପୂର୍ବରୁ ଆମେରିକା ଏୟାରବେସରେ ଇରାନ ପକ୍ଷରୁ ୨୨ ଟି ମିଶାଇଲ ମାଡ କରାଯାଇଥିଲା । ଯେଉଁଥିରେ ୨୦ ଜଣ ଆମେରିକୀୟଙ୍କ ସମେତ ୮୦ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ଯଦି ଏପରେ ପୁଣି ଆକ୍ରମଣ କଲା ତେବେ ପରିସ୍ଥିତି ଭୟାବହ ହେବ । ଇରାନ ଉପରେ କଡା ଆର୍ଥିକ ପ୍ରତିବନ୍ଧକ ଲଗାଯିବ ।

Coin Marketplace

STEEM 0.31
TRX 0.12
JST 0.033
BTC 64485.37
ETH 3156.53
USDT 1.00
SBD 4.05