ସଫଳ ଉତକ୍ଷେପଣ ହେଲା ଜିସାଟ ‘ଜିସାଟ ୩୦’

in #steempress5 years ago


ବେଙ୍ଗାଲୁର (ଏଟିଆର ବ୍ୟୁରୋ): ସଫଳ ଉତକ୍ଷେପଣ ହେଲା ଜିସାଟ ‘ଜିସାଟ ୩୦’ । ଇସ୍ରୋ ପକ୍ଷରୁ ଏହି ଉପଗ୍ରହ ସଫଳତା ପୂର୍ବକ ଆଜି ସକାଳୁ ଉତକ୍ଷେପଣ କରାଯାଇଛି । ଆଜି ରାତି ୨ ଟା ୩୫ ମିନିଟ ସମୟରେ ସଫଳତା ପୂର୍ବକ ଏରିଆନ ରକେଟ ସାହାର୍ଯ୍ୟରେ ମହାକାଶକୁ ଛଡାଯାଇଛି । ଏହି ଉପଗ୍ରହ ଟେଲିକମ କମ୍ୟୁନିକେଶନ ଯୋଗାଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂିକା ଗ୍ରଡଣ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଉଛି । ଦକ୍ଷିଣ ଆମେରିକାର ଉତ୍ତରପୂର୍ବ ଉପକୂଳରେ ଏରିୟନ ଲଞ୍ଚ କମପ୍ଲେକ୍ସରୁ ଉତକ୍ଷେପିତ ହୋଇଛି ।

୨୦୦୫ ମସିହାରେ ଉତକ୍ଷେପିତ ହୋଇଥିବା ଇନସେଟ ୪ ଏ ରେ ଏବେ ଜିସେଟ-୩୦ କାର୍ଯ୍ୟ କରିବ । ଜିସେଟ-୩୦ର ଓଜନ ୩ ହଜାର ୩୫୭ କିଲୋଗ୍ରାମ ରହିଛି । ଏହା ଉପସାରୀୟ ଦେଶ ସମେତ ବହୁ ଏସୀୟ ଓ ଅଷ୍ଟ୍ରେଲିଆକୁ ସେବା ଯୋଗାଇବ । ମହାକାଶରେ କାମ କରୁଥିବା ୧୯ ଟି ସାଟେଲାଇଯ ସହିତ କାମ କରିବ । ଏହା ଆସନ୍ତା ୩୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏହା ଘରୋଇ କମ୍ପାନୀକୁ ମଧ୍ୟ ଯୋଗାଯୋଗ ଭିତ୍ତିକ କାର୍ଯ୍ୟ କରିବାରେ ସହଯୋଗ କରିବ ।

Coin Marketplace

STEEM 0.17
TRX 0.15
JST 0.028
BTC 62094.36
ETH 2436.39
USDT 1.00
SBD 2.50