୧୪ ଦିନରେ ୫୮କୋଟି ବକେୟା ବିଦ୍ୟୁତ୍ ବିଲ ଆଦାୟ

in #steempress6 years ago (edited)


ଭୁବନେଶ୍ୱର(ଏଟିଆର ବ୍ୟୁରୋ): ୧୪ ଦିନ ପୂର୍ବରୁ ସେସୁ ପକ୍ଷରୁ ବକେୟା ବିଦ୍ୟୁତ ବିଲ ପଇଠ ହୋଇ ନଥିଲେ ବିଜୁଳି କାଟ ଅଭିଯାନ ଆରମ୍ଭ ହୋଇଥିଲା । ମାତ୍ର ୧୪ ଭିତରେ ହିଁ ବିଭିନ୍ନ ବ୍ୟବସାୟୀ ମାନଙ୍କଠାରୁ ୫୮କୋଟି ଟଙ୍କାରୁ ଉର୍ଦ୍ଧ ବକେୟା ବିଜୁଳି ବିଲ ଆଦାୟ ହୋଇଛି ।

ସେସୁ ବର୍ତ୍ତମାନ ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ଭୟ ଦେଖାଇ ବକେୟା ରାଶି ଆଦାୟ କରୁଛି । ମାତ୍ର ଆଗାମୀ ଦିନରେ ସେସୁ ପକ୍ଷରୁ ଘରୋଇ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଅଭିଯାନ ମଧ୍ୟ ଆରମ୍ଭ କରାଯିବ ।

ଗତକାଲି କେବଳ ଗୋଟିଏ ଦିନରେ ହିଁ ବିଭିନ୍ନ ବ୍ୟବସାୟୀଙ୍କ ଠାରୁ ୨କୋଟି ଟଙ୍କା ବକେୟା ରାଶି ଆଦାୟ କରାଯାଇଛି । ଏଥି ସହିତ ୧ହଜାର ୨୪ ସଂଯୋଗ ବିଚ୍ଛିନ୍ନ କରାଯାଇଛି ।

ଘରୋଇ ସଂଯୋଗ ଗୁଡିକରୁ ବକେୟା ବିଦ୍ୟୁତ ବିଲ ଆଦାୟ କରିବା ପାଇଁ ସେସୁ ପକ୍ଷରୁ ତାଲିକା ପ୍ରସ୍ତୁତ ହୋଇସାରିଲାଣି । ଅଳ୍ପ ଦିନ ମଧ୍ୟରେ ସେସୁ ଘରୋଇ ବିଦ୍ୟୁତ ସଂଯୋଗ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

Sort:  

Hello amanprem!

Congratulations! This post has been randomly Resteemed! For a chance to get more of your content resteemed join the Steem Engine Team

Coin Marketplace

STEEM 0.05
TRX 0.33
JST 0.078
BTC 63144.83
ETH 1685.61
USDT 1.00
SBD 0.39