ଡେଡ୍ ଲାଇନ୍ କୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍

in #steempress4 years ago


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଡେଡ୍ ଲାଇନକୁ ଧକ୍କା ଦେଲା ଟ୍ରେନ୍ । ଗୁଣୁପୁର ଷ୍ଟେସନ ପାଖରେ ଥିବା ଏବଂ ଡେଡ୍ ଲାଇନରେ ପିଟି ହୋଇଛି ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ୍୍ ର ଇଞ୍ଜିନ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନ୍ ଟି ଡେଡ୍ ଲାଇନ୍ ରେ ପିଟି ହେବା ପରେ ଟ୍ରେନ୍ ରେ ଆଉ ଏକ ଇଞ୍ଜିନ୍ ଆସି ଲାଗିଥିଲା । ଏହାପରେ ପଲାସା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇ ନାହାନ୍ତି ।

ରିପୋର୍ଟ ମୁତାବକ, ଗତକାଲି ରାତିରେ ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ୍ ଟି ଗୁଣୁପୁର ଷ୍ଟେସନରେ ଯାତ୍ରୀଙ୍କୁ ଓହ୍ଲାଇବା ପରେ ଟ୍ରେନ୍ ର ଇଞ୍ଜିନ ବଦଳାଇବାର ଥିଲା । ସେଥିପାଇଁ ଇଞ୍ଜିନ ବଦଳାଇବା ଲାଗି ଡେଡ୍ ଲାଇନ୍ ନିକଟକୁ ଟେନ୍ ଟି ଯାଇଥିଲା । ସେଠାରେ ଡେଡ୍ ଲାଇନ୍ କୁ ଧକ୍କା ଦେଇଥିଲା ଇଞ୍ଜିନ୍ । ଏହାପରେ ସେହି ଇଞ୍ଜିନ୍ କୁ ବଦଳାଇ ଆଉ ଏକ ଇଞ୍ଜିନ୍ ଟ୍ରେନ୍ ରେ ଲଗାଯାଇଥିଲା । ତାପରେ ବିଳମ୍ବିତ ରାତିରେ ଟ୍ରେନ୍ ପଲାସା ଅଭିମୁଖେ ବାହାରିଥିଲା ।

Coin Marketplace

STEEM 0.25
TRX 0.11
JST 0.033
BTC 63006.70
ETH 3075.91
USDT 1.00
SBD 3.82