ଜାଣନ୍ତୁ ମ୍ୟାଚ୍ ଦେଖିବାକୁ ଗଲେ କେଉଁଠି କରିବେ ପାର୍କିଂ

in #steempress6 years ago (edited)


ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆସନ୍ତା ୨୨ ତାରିଖ ଦିନ ବାରବାଟୀଠାରେ ତୃତୀୟ ଦିନିକିଆ ମ୍ୟାଚ୍ ହେବାକୁ ଯାଉଛି । ଏନେଇ ଦୁଇ ଦଳର ଖେଳାଳୀ ମାନେ ବି ଭୁବନେଶ୍ୱରରେ ପହଁଚି ସାରିଲେଣି । ଆଜିଠୁ ଖେଳାଳୀମାନେ ଗ୍ରାଉଣ୍ଡରେ ପ୍ରାକ୍ଟିସ କରିବେ । ସେପଟେ କମିଶନରେଟ୍ ପୋଲିସ ପକ୍ଷରୁ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ପାର୍କିଂଗାଇଡ୍ ଲାଇନ୍ ଅନୁଯାୟୀ, ହାଓଡା ମୋଟର ଛକ ଓ ମଣି ଛକ ଆଡୁ ଆସୁଥିବା ଗାଡି ଗୁଡିକ ରିଂ ରୋଡ ଦେଇ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରାଯିବ ।

କନିକା ଛକ, ମଧୁସୂଦନ ନଗର ବିଜୁପଟ୍ଟନାୟକ ଛକ ଆଡୁ ଆସୁଥିବା ଗାଡି ଗୁଡିକ ଆନନ୍ଦଭବନ ପଡିଆରେ ପାର୍କିଂ କରାଯିବ । ମାତାମଠ ଦେଇ ଆସୁଥିବା ଗାଡି ଗୁଡିକ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରାଯିବ ।

ଅନ୍ୟପଟେ ଓଡିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ପାସ୍ ପାଇଥିବା ବ୍ୟକ୍ତି ସେମାନଙ୍କ ଗାଡିକୁ ଓସିଏ ପଡିଆରେ ପାର୍କିଂ କରିବେ ପାରିବେ ବୋଲି ପୋଲିସ ଗାଇଡଲାଇନ୍ ସୂତ୍ରରୁ ଜଣାପଡିଛି ।

Coin Marketplace

STEEM 0.04
TRX 0.32
JST 0.075
BTC 64482.23
ETH 1686.47
USDT 1.00
SBD 0.42