ତହସିଲ ଅଫିସରେ ଅଗ୍ନିକାଣ୍ଡ , ଜଳିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର

in #steempress6 years ago (edited)


ନିଆଳି (ଏଟିଆର ବ୍ୟୁରୋ): ତହସିଲ ଅଫିସରେ ଲାଗିଲା ନିଆଁ । ଆଜି ଭୋରରୁ ଲାଗିଛି ଏହି ନିଆଁ । କଟକ ଜିଲ୍ଲାର ନିଆଳି ତହସିଲ କାର୍ଯ୍ୟାଳୟରେ ଲାଗିଛି ନିଆଁ । ନିଆଁ ଲାଗିବା ଯୋଗୁଁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଛି । ସୂଚନାନୁଯାୟୀ, ଆଜି ଭାରରୁ ତହସିଲ କାର୍ଯ୍ୟାଳୟର କମ୍ପ୍ୟୁଟର ସେକ୍ସନରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ଅନେକ କମ୍ପ୍ୟୁଟର ନଷ୍ଟ ହେବା ସହ ବହୁ ଜରୁରୀ କାଗଜପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଖବର ମିଳିବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅନ୍ୟପଟେ କେଉଁ କାରଣରୁ ନିଆଁଟି ଲାଗିଲା ତାହା ଜଣାପଡିନଥିବା ବେଳେ ଅଗ୍ନିକାଣ୍ଡଟି ସର୍ଟ ସର୍କିଟ ଯୋଗୁଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ କିଛି ଲୋକ ଏହାକୁ ପ୍ରାୟୋଜିତ ଅଗ୍ନିକାଣ୍ଡ ବୋଲି ଅଭିଯୋଗ କରୁଛନ୍ତି । ବାତ୍ୟା ଫୋନିର ତଥ୍ୟକୁ ଲୁଚାଇବା ପାଇଁ ଏହି ଷଡଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ କରାଯାଉଛି । ତେବେ ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟତା ସମ୍ମାକୁ ଆସିବ ।

Coin Marketplace

STEEM 0.04
TRX 0.32
JST 0.075
BTC 63940.64
ETH 1672.83
USDT 1.00
SBD 0.42