ବିଶ୍ୱବିଦ୍ୟାଳୟରେ ପରିଣତ ହେଲା ମଧୂସୁଦନ ଆଇନ ମହାବିଦ୍ୟାଳୟ

in #steempress6 years ago


ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଟକର ମଧୂସୁଦନ ଆଇନ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି । ଓଡିଶାର ସର୍ବପୂରାତନ ଆଇନ ମହାବିଦ୍ୟାଳୟ ହୋଇଥିବାରୁ ଏହାକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଦାବି ହୋଇଆସୁଥିଲା । ଶେଷରେ ସବୁ ଅନେକ ଦିନର ଦାବି ପୂରଣ ହେବା ସହ ଜୁନ ୧ ତାରିଖରୁ ବିଧିବଦ୍ଧ ଭାବେ ମଧୂସୁଦନ ଆଇନ ମାହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ମଧୂସୁଦନ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟରେ ପରିଣତ ହେଲେ ରାଜ୍ୟରେ ଥିବା ସମସ୍ତ ଆଇନ ମହାବିଦ୍ୟାଳୟ ଏହାର ଅଧିକୃତ ହେବ । କେବଳ ସ୍ୱୟଂଶାସିତ ଆଇନ ମହାବିଦ୍ୟାଳୟକୁ ଛାଡି ଦେଲେ ବାକି ସମସ୍ତ ମହାବିଦ୍ୟାଳୟ ଏହାର ଅଧିନରେ ରହିବ ବୋଲି ଉଚ୍ଚଶିକ୍ଷା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ମଧୂସୁଦନ ଆଇନ ମହାବିଦ୍ୟାଳୟରେ ପରିଣତ ହେବା ଦ୍ୱାରା ସଭିଁଙ୍କର ଦୀର୍ଘ ଦିନର ଆଶା ପୂରଣ ହୋଇଛି ।

Coin Marketplace

STEEM 0.04
TRX 0.32
JST 0.075
BTC 64115.74
ETH 1677.03
USDT 1.00
SBD 0.42