ଅଯୋଧ୍ୟା ବୈଠକରେ ହେବ ରାମ ମନ୍ଦିର ନିର୍ମାଣର ତାରିଖ ଘୋଷଣା

in #steempress6 years ago


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭବ୍ୟ ରାମ ମନ୍ଦିର ନିର୍ମାଣ ହେବାର ତିଥି ଉପରେ ଟ୍ରଷ୍ଟର ଦ୍ୱିତୀୟ ବୈଠକରେ ବିଚାର ହେବ ବୋଲି ଶ୍ରୀରାମଜନ୍ମଭୂମି ଟ୍ରଷ୍ଟର ନୂତନ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କହିଛନ୍ତି । ଏହି ବୈଠକ ଅଯୋଧ୍ୟରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ । ବୈଠକରେ ସମସ୍ତ ସଦସ୍ୟଙ୍କ ସହମତି ଦ୍ୱାରା ମନ୍ଦିର ନିର୍ମାଣ ଆରମ୍ଭ ହେବାର ତାରିଖ ସ୍ଥିର କରାଯିବ ।

ମହନ୍ତ ନୃତ୍ୟ ଗୋପାଳ ଦାସ କହିଛନ୍ତି କି,ମନ୍ଦିର ନିର୍ମାଣ ପାଇଁ କୌଣସି ନୂତନ ମଡେଲର ପ୍ରସ୍ତାବ ନାହିଁ । ଆବଶ୍ୟକ ପଡିଲେ ବର୍ତ୍ତମାନର ମଡେଲକୁ ବିସ୍ତାର କରାଯାଇପାରେ । ମନ୍ଦିର ନିର୍ମାଣ ପାଇଁ ସ୍ୱତନ୍ତ୍ର ପଥର ବ୍ୟବହାର କରାଯିବ ।

ଅପରପକ୍ଷେ ଟ୍ରଷ୍ଟର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବାସଭବନରେ ସାକ୍ଷତ କରିଛନ୍ତି । ମୋଦିଙ୍କୁ ଅଯୋଧ୍ୟ ଆସିବା ପାଇଁ ସେମାନେ ଆମନ୍ତ୍ରଣ କରିଛନ୍ତି । ମୋଦିଙ୍କ ସହ ଏହି ସାକ୍ଷାତକାରରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ଉପସ୍ଥିତ ଥିଲେ ।

Coin Marketplace

STEEM 0.04
TRX 0.32
JST 0.080
BTC 60288.06
ETH 1572.33
USDT 1.00
SBD 0.47