ପୁଣି ଲିକ ହେଲା ପ୍ରଶ୍ନପତ୍ର !

in #steempress5 years ago (edited)


ସମ୍ବଲପୁର (ଏଟିଆର ବ୍ୟୁରୋ): ଏବେ ପରୀକ୍ଷାର ମାହୋଲ ଚାଲିଥିବା ବେଳେ ପିଲାମାନେ ନିଜ ନିଜର ଭବିଷ୍ୟତକୁ ଗଢିବାରେ ବ୍ୟସ୍ତ ରହିଛନ୍ତି । ତେବେ ଏହିଭଳି ସ୍ଥିତିରେ ରାଜ୍ୟରେ ପରୀକ୍ଷା ପ୍ରଶ୍ନପତ୍ର ଲିକ ହେବା ଘଟଣା ପୁଣି ଥରେ ସାମ୍ନାକୁ ଆସିଛି । ଏହିଭଳି ଅଘଟଣ ଦେଖିବାକୁ ମିଳିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ । ପୁଣି ଥରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ ହୋଇଛି । ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ପ୍ରଶ୍ନପତ୍ର । ଯୁକ୍ତତିନି ତୃତୀୟବର୍ଷ ସେମିଷ୍ଟାରର ଗଣିତ ପ୍ରଶ୍ନପତ୍ର ଲିକ ହୋଇଥିବା ଦେଖିବାକୁ ମିଳୁଛି ।

ସୂଚନାନୁଯାୟୀ, ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ତିନିବର୍ଷ ତୃତୀୟ ସେମିଷ୍ଟାରର ଗଣିତ (ସମ୍ମାନ) ପରୀକ୍ଷା ଥିଲା । ତେବେ ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଥିବା ସନ୍ଦେହ କରାଯାଇଛି । ତେବେ ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ କଲେଜକୁ ସୂଚନା ପ୍ରଦାନ ଦିଆଯାଇଛି । ଅନ୍ୟପଟେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିନ ୧୧ଟାରୁ ୧୨ଟା ୩୦ ମଧ୍ୟରେ ସମସ୍ତ କଲେଜକୁ ପ୍ରଶ୍ନପତ୍ର ଇମେଲ କରାଯିବ । ଏହାପରେ କଲେଜଗୁଡିକ ପ୍ରଶ୍ନପତ୍ର ଡାଉନଲୋଡ କରି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ନିୟନ୍ତ୍ରକ କହିଛନ୍ତି କିଛି ଅସାଧୁ ବ୍ୟକ୍ତି ଏପରି ପ୍ରଶ୍ନପତ୍ର ଲିକ କରୁଛନ୍ତି । ଯାହା ଉପରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଅନ୍ୟ ପରୀକ୍ଷା ଗୁଡିକ ପାଇଁ କଲେଜକୁ ପ୍ରଶ୍ନପତ୍ର ପଠାଯିବ ।

Coin Marketplace

STEEM 0.19
TRX 0.15
JST 0.029
BTC 62869.05
ETH 2545.35
USDT 1.00
SBD 2.72