୨୩ଟି ଧର୍ମାନୁଷ୍ଠାନ ନିମନ୍ତେ ୨୩କୋଟିର ପ୍ୟାକେଜ

in #steempress6 years ago (edited)


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଥିବା ବିଭିନ୍ନ ଧର୍ମୀୟ ଅନୁଷ୍ଠାନ ଗୁଡିକ ପ୍ରତି ଭକ୍ତ ଓ ଅଧିକ ସଂଖ୍ୟାକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଏହାର ବିକାଶ ନିମନ୍ତେ ରାଜ୍ୟ ସରକାର ନିଜର ଅଣ୍ଟା ଭିଡିଛନ୍ତି । ବିଭିନ୍ନ ମନ୍ଦିର, ଗୁରୁଦ୍ୱାର, ମସଜିଦ, ଓ ଚର୍ଚ୍ଚର ବିକାଶ ନିମନ୍ତେ ରାଜ୍ୟ ସରକାର ଅନୁଦାନ ଘୋଷଣା କରିଛନ୍ତି । ରାଜ୍ୟର ୨୩ଟି ଧର୍ମୀୟ ଅନୁଷ୍ଠାନ ପାଇଁ ୨୩କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି ।

ଏହି ପ୍ୟାକେଜ ଅନୁଯାୟୀ ପ୍ରତି ଅନୁଷ୍ଠାନ ପାଇଁ ୧କୋଟି ଲେଖାଁଏ ଘୋଷଣା କରାଯାଇଛି । ଏହି ପ୍ୟାକେଜ ଫଳରେ ଅନୁଷ୍ଠାନ ଗୁଡିକର ବିକାଶ ହେବା ସହ ଏଠାକୁ ଅଧିକ ସଂଖ୍ୟାକ ଭକ୍ତଙ୍କର ଆଗମନ ହୋଇପାରିବ । ତେବେ ପ୍ୟାକେଜ ଘୋଷଣା ହୋଇଥିବା ମନ୍ଦିର ଗୁଡିକ ହେଲା, ବରଗଡର ଶ୍ରୀ ନୃସିଂହନାଥ ମନ୍ଦିର, ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିର, ବଲାଙ୍ଗିର ଜିଲ୍ଲାରେ ଥିବା ହରିଶଙ୍କର ମନ୍ଦିର, ବୌଦ୍ଧ ଜିଲ୍ଲାରେ ଥିବା ଜଗନ୍ନାଥ ମନ୍ଦିର, ଢେଙ୍କାନାଳର କପିଳାସ ପୀଠ, ଜଗତସିଂହପୁରର ମା’ ଶାରଳା, ଯାଜପୁରର ମା’ ବିରଜା ପୀଠ, କେନ୍ଦୁଝରର ବଳଦେବ ଜୀଉ ମନ୍ଦିର, କୋରାପୁଟର ଶ୍ରୀ ଗୁପ୍ତେଶ୍ୱର ମନ୍ଦିର ଓ ନବରଙ୍ଗପୁରର ପାପଡାହାଣ୍ଡିର ନୀଳକଣ୍ଠେଶ୍ୱର ଏହିଭଳି ୧୦ ମନ୍ଦିର ପାଇଁ ଘୋଷଣା କରାଯାଇଛି । ଖାଲି ସେତି କି ନୁହେଁ ପ୍ୟାକେଜ ତାଲିକାରେ ୬ଟି ମସଜିଦ, ୫ଟି ଚର୍ଚ୍ଚ ଓ ୨ଟି ଗୁରୁଦ୍ୱାର ରହିଛି ।

Coin Marketplace

STEEM 0.04
TRX 0.32
JST 0.075
BTC 64482.23
ETH 1686.47
USDT 1.00
SBD 0.42