ଟି-୨୦ ମହିଳା ବିଶ୍ୱକପ: ବିଜୟ ହୋଇ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ

in #steempress6 years ago


ସିଡନି(ଏଟିଆର ବ୍ୟୁରୋ): ଗତବର୍ଷର ମହିଳା ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆକୁ ହରାଇ ଭାରତ ମହିଳା ଦଳ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ଗତକାଲି ଏହି ବିଶ୍ୱକପର ଉଦଘାଟନୀ ମ୍ୟାଚ ହୋଇଥିଲା । ଉଦଘାଟନୀ ମ୍ୟାଚରେ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆକୁ ଭେଟିଥିଲା । ତେବେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା ଅଷ୍ଟ୍ରେଲିଆ । ଭାରତ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ଖେଳି ଅଷ୍ଟ୍ରେଲିଆକୁ ୧୩୨ ରନର ଟରର୍ଗେଟ ଦେଇଥିଲା । ଜବାବରେ ଅଷ୍ଟ୍ରେଲିଆ ୧୯.୫ ଓଭର ଖେଳି ସମସ୍ତ ୱିକେଟ ହରାଇ ୧୧୫ ରନ କରିପାରିଥିଲା ।

ଫଳରେ ଭାରତ ଏହି ମ୍ୟାଚକୁ ୧୭ ରନ ବ୍ୟବଧାନରେ ଜିତି ଯାଇଛି । ଭରତ ପକ୍ଷରୁ ଦିପ୍ତୀ ଶର୍ମା ସର୍ବାଧୀକ ୪୯ ରନ କରି ଅପରାଜିତ ରହିଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ହେଲି ସର୍ବାଧିକ ୫୧ ରନ କରିଛନ୍ତି । ସେହିପରି ଭାରତ ପକ୍ଷରୁ ପୁନମ ଯାଦବ ସର୍ବାଧିକ ୪ଟି ୱିକେଟ ନେଇ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଛନ୍ତି । ଭାରତ ତାର ପରବର୍ତ୍ତି ମ୍ୟାଚ ଆସନ୍ତା ୨୪ ତାରିଖ ଦିନ ପର୍ଥରେ ବାଂଲାଦେଶ ସହିତ ଖେଳିବ ।

Coin Marketplace

STEEM 0.05
TRX 0.32
JST 0.081
BTC 66383.43
ETH 1813.24
USDT 1.00
SBD 0.44