ସିପିଆଇ(ଏମ୍-ଏଲ) ରେଡ୍ ଷ୍ଟାର ପକ୍ଷରୁ ଲୋୟର ପିଏଜିରେ ଗଣଧାରଣା

in #steempress5 years ago (edited)


ଭୁବନେଶ୍ୱର(ଏଟିଆର ବ୍ୟୁରୋ):କମ୍ୟୁନିଷ୍ଟ ନେତା କମ୍ରେଡ୍ ରେବତୀ ବଲ୍ଲଭ ମାହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ସିପିଆଇ(ଏମ୍-ଏଲ) ରେଡ୍ ଷ୍ଟାର ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଲୋୟର ପିଏଜିରେ ବିଭିନ୍ନ ଦାବୀ କରାଯାଇଛି । ଏହି ଗଣଧାରଣା ପାର୍ଟି ରାଜ୍ୟ କମିଟି ସଦସ୍ୟ ସବ୍ୟସାଚୀ ମହାପତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ପାର୍ଟି ରାଜ୍ୟ କମିଟି ନିଷ୍ପତି କ୍ରମେ ସିଏଏ, ଏନସିଆର, ଏନଆରସି, ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟସେବା, ମହିଳା ମାନଙ୍କୁ ସମାନ ଅଧିକାର ପ୍ରମୁଖ ଦାବିରେ ପାର୍ଟି ପକ୍ଷରୁ ୭ ଦଫା ଦାବିକୁ ନେଇ ଲୋୟର ପିଏମଜିରେ ଗଣଧାରଣା ଦିଆଯାଇଛି ।

ଏହି ଗଣଧାରଣାରେ ପାର୍ଟି ରାଜ୍ୟ ସମ୍ପାଦକ ଶିବରାମଙ୍କ କହିବା ଅନୁସାରେ ଦେଶବାସାଙ୍କ ମୌଳିକ ସମସ୍ୟ ଠାରୁ ଲୋକଙ୍କ ଦୃଷ୍ଟି ଫେରାଇ ନେବା ପାଇଁ କେନ୍ଦ୍ର ସରକାର ସିଏଏ, ଏନଆରସି, ଏନପିଆର ଭଲି ଆଇନ ଆଣିଛନ୍ତି । ଏହି ଆଇନ ଦ୍ୱାରା ଦେଶର କୋଟି କୋଟି ସଂଖ୍ୟାଲଘୁ , ଦଳିତ, ଆଦିବାସୀ, ପଛୁଆବର୍ଗ ସେମାନଙ୍କର ମୌଳିକ ଅଧିକାରକୁ ବଞ୍ଚିତ କରିବା ପାଇଁ ଏହାକୁ ପ୍ରଣୟନ କରାଯାଇଛି ବୋଲି ସେ କହିଥିଲେ । ଏହି ଗଣଧାରଣାରେ ପାର୍ଟି ନେତା ସୁବଳ ଚରଣ ସାହୁ, ରାଜେନ୍ଦ୍ର ପ୍ରସାଦ ବାରିକ, ପ୍ରମିଳା ବେହେରା, ରାଜେନ୍ଦ୍ର କେଣ୍ଡ୍ରୁକାଙ୍କ ସହ ବହୁ ବାମପନ୍ଥୀ ବୁଦ୍ଧିଜୀବି ଓ କମ୍ୟୁନିଷ୍ଟ ନେତା ଯୋଗ ଦେଇଥିଲେ ।

Coin Marketplace

STEEM 0.20
TRX 0.15
JST 0.030
BTC 65185.94
ETH 2630.94
USDT 1.00
SBD 2.83